ଆଉ ଆପଣଙ୍କ ଦଳର ୪୦ ଜଣ ବିଧାୟକ ଓ ମନ୍ତ୍ରୀମାନଙ୍କ ନାଁରେ ହତ୍ୟା, ଧର୍ଷଣ, ଡକାୟତି, ଅପହରଣ ଭଳି ସଙ୍ଗୀନ ଅପରାଧୀକ ମାମଲା ରହିଛି । ଏହା ଉପରେ ଆପଣ କିଛି କହୁନାହାନ୍ତି କାହିଁକି ? ଭାଇ, ଆପଣ ମୂଳ କଥାର ଉତ୍ତର ନଦେଇ ଯେଉଁ କଥା ଗୁଡିକ କହିଛନ୍ତି ଓଡିଶାବାସୀ ତା’ର ସତ୍ୟତା ଭଲ ଭାବେ ଜାଣିଛନ୍ତି । ଆମର ବିରୋଧୀ ଦଳର ନେତା, ରାଜ୍ୟ ଯୁବମୋର୍ଚ୍ଚା ସଭାପତିଙ୍କୁ ଆପଣଙ୍କ ସରକାର ମିଛ କେସରେ ଫସାଇ ଅପରାଧୀ କହୁଛନ୍ତି ।
ଭାଇ, ଆପଣଙ୍କ ପୂଜ୍ୟ ପିତା ଶ୍ରୀ ଅଶୋକ ଦାସ ଛାତ୍ରାବସ୍ଥାରେ ଯେତେବେଳେ ରାଜନୀତିକୁ ଆସିଥିଲେ, ସେତେବେଳେ ତାଙ୍କ ବିରୁଦ୍ଧରେ ମଧ୍ୟ ତତ୍କାଳୀନ ସରକାର ଅନେକ ସଙ୍ଗୀନ ଅପରାଧିକ ମାମଲା ରୁଜୁ କରିଥିଲା । ତା’ମାନେ ସେ କଣ ଅପରାଧି ହୋଇଯାଇଥିଲେ ? ଏ ବିଷୟରେ ଆପଣ ଘରର ଗୁରୁଜନମାନଙ୍କୁ ପଚାରି ବୁଝିଲେ ଉଚିତ୍ ହେବ । ଆପଣ ଏବଂ ଆପଣଙ୍କ ମୁଖ୍ୟମନ୍ତ୍ରୀ ରାଜନୈତିକ ସଂଘର୍ଷ ବିନା କ୍ଷମତାକୁ ଉପଭୋଗ କରୁଛନ୍ତି ।