ହାତୀକୁ ଉଦ୍ଧାର ବେଳେ ଓଡ୍ରାଫ ବୋଟ୍ ଓଲଟି ଯାଇଥିଲା। ପରେ ତାଙ୍କର କିଛି ଖବର ମିଳି ନ ଥିଲା। ତେବେ ଆଜି ତାଙ୍କ ମୃତଦେହ ମିଳିଛି। ଏହି ଓଡ୍ରାଫ ଟିମ୍ ରେ ଖବର ସଂଗ୍ରହ ପାଇଁ ଯାଇଥିବା ବୈଦ୍ୟୁତିକ ଗଣମାଧ୍ୟମ ଓଟିଭିର ପ୍ରତିନିଧି ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ୟାମେରା ପରସନ ଚିକିତ୍ସିତ ହେଉଛନ୍ତି।
ଓଡ୍ରାଫ ଯବାନ ସୀତାରାମଙ୍କ ଦେହାନ୍ତରେ ଡିଜିଟାଲ ଚିତ୍ର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ସୂର୍ଯ୍ୟକାନ୍ତ

ଅର୍ଗସ ବ୍ୟୁରୋ: ସବୁ ଦିନ ପାଇଁ ଆଖି ବୁଝିଛନ୍ତି ଓଡ୍ରାଫ ଯବାନ। ଆଜି ତାଙ୍କୁ ମୃତଦେହକୁ ଉଦ୍ଧାର କରାଯାଇଛି। ତାଙ୍କ ଦେହାନ୍ତରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ତେବେ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ଦେହାନ୍ତରେ ଡିଜିଟାଲ ଚିତ୍ର ଜରିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ଚିତ୍ରଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ।
Download Argus News App
