ଆକ୍ୟୁରେସି, ଅନୁସାଶନ, ଦକ୍ଷତା ଓ କଳାକାରୀ ଦେଖାଇଲେ ଏୟାରଫୋର୍ସର ବାୟୁବୀର । ୯ଟି ହକ୍ ବିମାନ ନିଜର ପ୍ରଦର୍ଶନ ଦେଖାଇଛନ୍ତି । ପ୍ରାୟ 18ରୁ 20 ମିନିଟର ସୂର୍ଯ୍ୟକିରଣ ସୋ ଚାଲିଥିଲା । 500ରୁ 1000 ଫୁଟ ଉଚ୍ଚରେ ବିମାନ ଉଡାଇ ସୋ ଦେଖାଇଲା ବାୟୁସେନା । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବେଟିକ ଟିମ୍ ଏୟାର ସୋ କରୁଛି ।
୧୮ରେ ପୁରୀର ରାଜଭବନ ପଛ ପାଖ ବେଳାଭୂମିରେ ଅନୁଷ୍ଠିତ ହେବ ଏୟାର ସୋ । ସେପଟେ ଆଜିର ସୋ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା ହୋଇଛି । ଟ୍ରାଫିକ ପାଇଁ 20 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଲୋକେ ଯେଭଳି କୌଣସି ସ୍ଥାନରେ ଭିଡ଼ କରିବେନି ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା । ଏୟାର ସୋ'କୁ ନେଇ କମିସନରେଟ୍ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଥିଲା । ୪୫ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ସଜାଗ ଓଡ୍ରାଫ୍ ଟିମ୍ । ଗାଡି ପାର୍କିଂ ସହ ପାନୀୟ ଜଳ, ଆପତ୍କାଳୀନ ସ୍ଥିତି ପାଇଁ ଆମ୍ବୁଲାନ୍ସ ସେବା ଓ ଅଗ୍ନିଶମ ବ୍ୟବସ୍ଥା ।