ସସ୍ମିତ ପାତ୍ରଙ୍କ ତୂଣୀରରୁ ଶର ବାହାରୁ ବାହାରୁ ସୂର୍ଯ୍ୟବଂଶୀ ଏମିତି ହମଲା କରିଛନ୍ତି, ଯେଉଁଥିପାଇଁ ଶାସକ ଦଳର ଟେନସନ୍ ବଢ଼ିଯାଇଛି ।
ହମଲା ନଂ-୧
ଜିଲ୍ଲା ଗଠନ
ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଉତ୍ତର ଅନୁସାରେ ରାଜ୍ୟରେ ଏବେ ନୂଆ ଜିଲ୍ଲା ଗଠନ ପ୍ରସ୍ତାବ ନାହିଁ । ବିଜେଡି ସଭାପତି ନିଜେ ଜିଲ୍ଲା ଗଠନ ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ କେମିତି ପ୍ରସ୍ତାବ ନାହିଁ ବୋଲି ପ୍ରମିଳାଙ୍କୁ ଘେରିଛନ୍ତି ବିରୋଧୀ । ତେଣୁ ଏହି ପ୍ରସଙ୍ଗରେ ସସ୍ମିତଙ୍କୁ ସାଙ୍ଘାତିକ ଆକ୍ରମଣ କରିଛନ୍ତି ସୂର୍ଯ୍ୟବଂଶୀ ।
ହମଲା ନଂ-୨
ମିଛ ପ୍ରତିଶ୍ରୁତି
ନିର୍ବାଚନ ଜିତିବା ପାଇଁ ନବୀନ ଯେଉଁ ଘୋଷଣା କରନ୍ତି ତାହା ମଧ୍ୟ ରଖନ୍ତିନି । ଯେଉଁଥିପାଇଁ କାଳିଆ ଟଙ୍କା ୧୦ ହଜାର ଘୋଷଣା କରି ରାଜ୍ୟ ସରକାର ମାତ୍ର ୪ ହଜାର ଟଙ୍କା ଦେଉଛନ୍ତି ।
ହମଲା ନଂ-୩
ଧାନ ବୋନସ୍
ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ କୁଇଣ୍ଟାଲ ପିଛା ଚାଷୀଙ୍କୁ ୧୦୦ ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ । ହେଲେ ୭ ବର୍ଷ ପରେ ବି ଏବେ ଫଳଶୂନ । ତେଣୁ ବିଜେଡି ରାଜ୍ୟବାସୀଙ୍କ ସହ କରୁଥିବା ଧୋକାର ପୋଲ୍ ଖୋଲିବା ସହ ସସ୍ମିତଙ୍କ ବାହାନାରେ ପୂରା ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଛନ୍ତି ସୂର୍ଯ୍ୟବଂଶୀ ସୂରଜ ।
ଏହା ପୂର୍ବରୁ ସୂର୍ଯ୍ୟବଂଶୀ, ମୁଖ୍ୟମନ୍ତ୍ରୀ କେତୋଟି ଜିଲ୍ଲାର ବିକାଶ ଦାୟିତ୍ବ ନେଇଛନ୍ତି କହି ବିଧାନସଭାରେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ମିଳିଥିଲା ତଥ୍ୟ ସଂଗ୍ରହ ଚାଲିଛି । ଏବେ ସୂର୍ଯ୍ୟବଂଶୀଙ୍କ ଟ୍ବିଟ୍ ଶର ଶାସକ ଦଳକୁ ଅକଳରେ ପକାଇଛି ।
ରାଜନୀତି ଖବର ଆହୁରି ପଢନ୍ତୁ ।