ଏନେଇ ପୁରୀ ଜିଲ୍ଲାପାଳ ତଦନ୍ତ ନିଦେର୍ଶ ଦେଇଥିଲେ। କିନ୍ତୁ ନିଦେର୍ଶ ଦେବାର ୨୪ଘଣ୍ଟା ପରେବି କୈାଣସି ଅଧିକାରୀ ସୁସ୍ମୀତାଙ୍କ ସହ ଆଲୋଚନା କରିନାଁହନ୍ତି। ଫଳରେ ୪ ଦଫା ଦାବୀରେ ଅନିଧିଷ୍ଟ କାଳ ଧାରଣାରେ ବସିଛନ୍ତି ସୁସ୍ମୀତା ମହାନ୍ତି। ତହସିଲଦାର ନେବେଦିତା ପରିଡାଙ୍କୁ ତୁରନ୍ତ ନିଲମ୍ବିତ କରାଯାଉ ଏବଂ ସୁସ୍ମୀତାଙ୍କ ଜମିଜମା ବିବାଦର ସମାଧାନ କରାଯିବା ଦାବୀ ନେଇ ରାତିତମାମ ତହସିଲି କାର୍ଯ୍ୟାଳୟ ସମୁଖରେ ମସାରୀ ଟାଙ୍ଗୀ ଧାରଣାରେ ବସିଛନ୍ତି ସୁସ୍ମୀତା।
ଦୁର୍ବ୍ୟବହାରର ଶିକାର ହୋଇଥିବା ସୁସ୍ମୀତାକୁ କେବେ ମିଳିବ ନ୍ୟାୟ ?

ଅର୍ଗସ ବ୍ୟୁରୋ: ଦୁର୍ବ୍ୟବହାରର ଶିକାର ହୋଇଥିବା ସୁସ୍ମୀତା ମହାନ୍ତି ନ୍ୟାୟ ପାଇଁ ରାତି ତମାମ ଡେଲାଙ୍ଗ ତହସିଲି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଗତକାଲି ଠାରୁ ଧାରଣାରେ ବସିଥିଲେ ସୁଧା ଏପର୍ଯ୍ୟନ୍ତ ପ୍ରଶାସନ ଅଧିକାରୀ ପହଁଞ୍ଚିନଥିବା ଅଭିଯୋଗ କରିଛନ୍ତି ସୁସ୍ମୀତା। ଗତ ମାର୍ଚ୍ଚ ମାସ ୪ ତାରିଖ ଦିନ ଡେଲାଙ୍ଗ ତହସିଲଦାର ନେବେଦିତା ପରିଡା ତହସିଲି କାର୍ଯ୍ୟାଳୟ ଭିତରେ ଜେନାପୁର ଗ୍ରାମର ସୁସ୍ମିତା ମହାନ୍ତୀଙ୍କୁ ଦୁବ୍ୟବହାର କରିଥିବାର ଭିଡିଓ ଭାଇରାଲ ହୋଈଥିଲା ।
Download Argus News App
