ପଶ୍ଚିମ ଓଡ଼ିଶାରେ ଶହ ଶହ କୋଟିର କୋଇଲା ବ୍ୟବସାୟରେ ଥିଲା ନବ ଦାସଙ୍କ ଦବଦବା । ଇଏ ହେଉଛି ନବ ଦାସ ଦାଖଲ କରିଥିବା ସତ୍ୟପାଠ । ଏଥିରେ ସେ ଉଲ୍ଲେଖ କରିଛନ୍ତି ନବ ଦାସଙ୍କ ପୁଅ ବିଶାଲ ଦାସ କୋଇଲା ଟ୍ରାନସପୋର୍ଟିଂ ବିଜନେସରେ ଅଛନ୍ତି । ବେଦାନ୍ତ, ହିଣ୍ଡାଲକୋ, ଆଦିତ୍ୟ ବିର୍ଲାର କୋଲ ଟ୍ରାନସପୋର୍ଟରେ ସାମିଲ ନବ ଦାସଙ୍କ ପରିବାର। ସେପଟେ କେବଳ ଝାରସୁଗୁଡାରେ କୋଇଲା ବେପାରରେ ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡା। 1999ରେ ବୁଲୁ ଦାସ ହତ୍ୟାକାଣ୍ଡରୁ ଆରମ୍ଭ କରି ନବ ଦାସଙ୍କ ପର୍ଯ୍ୟନ୍ତ ଅନେକ ହାଇପ୍ରୋଫାଇଲ୍ ମର୍ଡର ହୋଇଛି ଝାରସୁଗୁଡାରେ। ପୁଣି ହତ୍ୟା ଅଭିଯୁକ୍ତଙ୍କୁ ବି ଖଲାସ କରିଦିଆଯାଇଛି ପ୍ରମାଣ ନଷ୍ଟ ପାଇଁ।...
କୋଇଲା ବେପାରରୁ ଶତ୍ରୁତା ଆଉ ସେହି ଶତ୍ରୁତାରୁ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଆଉ ଏଥିରେ ମୋହରା ବନି ଥାଇପାରନ୍ତି ଗୋପାଳ ଦାସ।
କେବଳ କୋଇଲା ନୁହେଁ ନଦ ଦାସଙ୍କ ହତ୍ୟା ପଛରେ ରାଜନୈତିକ ଷଡଯନ୍ତ୍ର ବି ଥାଇପାରେ । ପଶ୍ଚିମ ଓଡ଼ିଶାରେ ଥିଲା ନବଙ୍କ ରାଜ୍ । 3 ଥରର ବିଧାୟକ । ମନ୍ତ୍ରୀ ବି ଥିଲେ। ପଶ୍ଚିମ ଓଡ଼ିଶାର ୩୫ ଆସନକୁ ନେଇ ବିବାଦ ହୋଇଥିବା ଚର୍ଚ୍ଚା ହେଉଛି। ଏଇ କାରଣରୁ ଗୋପାଳଙ୍କୁ ଲଗାଇ ନବଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ମଧ୍ୟ କୁହାଯାଉଛି।
ଓଡିଶା ଖବର ଆହୁରି ପଢନ୍ତୁ