ଅର୍ଗସ ବ୍ୟୁରୋ : ରାଜଧାନୀର ରାଜରାସ୍ତାରେ ନିର୍ମମ ହତ୍ୟାକାଣ୍ଡ। ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁରସ୍ଥିତ ଦୁର୍ଗାମଣ୍ଡପ ନିକଟରେ ଜଣେ ମିଠା ଦୋକାନୀଙ୍କୁ ହତ୍ୟା କରିଛନ୍ତି ଅନ୍ୟ ଜଣେ ମିଠା ଦୋକାନୀ। ଆଜି ଦିନ ଦ୍ୱିପ୍ରହରରେ ମାରଣାସ୍ତ୍ର ଦ୍ଵାରା ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।
ସୂଚନାନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୩ଟାରେ ସାମନ୍ତରାପୁରସ୍ଥିତ ଦୁର୍ଗାମଣ୍ଡପ ନିକଟରେ ଜଣେ ମିଠା ଦୋକାନୀଙ୍କୁ ହତ୍ୟା କରିଥିଲେ ଅନ୍ୟ ଜଣେ ମିଠା ଦୋକାନୀ। ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହତ୍ୟା ହୋଇଥିବା ଦୋକାନୀଙ୍କ ନାଁ ଜମ୍ବୁ ସାହୁ । ହତ୍ୟାକାରୀଙ୍କର ମଧ୍ୟ ଏକ ମିଠା ଦୋକାନ ଅଛି। କରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ମାସରେ ମିଠା ଦୋକାନ ବନ୍ଦ ହୋଇଯାଇଥିଲା। କରୋନା କଟକଣା କୋହଳ ହେବା ପରେ ଉଭୟ ପୁଣି ନିଜ ନିଜର ମିଠା ଦୋକାନ ଖୋଲିଥିଲେ। ତେବେ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ଅଭିଯୁକ୍ତଙ୍କ ଗିରଫ ଦାବିରେ ସ୍ଥାନୀୟ ଲୋକେ ପୁରୀ ରାସ୍ତା ଅବରୋଧ କରିଥିଲେ । ପୁଲିସ ମୃତଦେହ ଜବତ କରିଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ଡିଭାଇଡର ଭାଙ୍ଗି ବସ୍ କୁ ପିଟିଲା କାର୍ । ଏହି ଦୁର୍ଘଟଣାରେ ଜଣେ ମୃତ ହୋଇଥିବାବେଳେ ୩ ଣ ଗୁରୁତର ଥିବା ସୂଚନା। ମୃତକ ଜଣଙ୍କର ପରିଚୟ ମିଳିନି। କାର ଟି ପଟିଆରୁ ଡ଼ମାନ ଆଡକୁ ଯାଉଥିଲା । କାର ଟି ଦ୍ରୁତ ଗତିରେ ଯାଉଥିଲା ବୋଲି ସୂଚନା। ନିୟନ୍ତ୍ରଣ ହରାଇ ଡିଭାଇଡର ପିଟି ହୋଇ ଡ଼ମାନ ପଟୁ ଆସୁଥିବା ବସକୁ ପିଟି ଥିଲା । ବସକୁ ପିଟି ହୋଇ ଉଡିଥିଲା କାର । କାର ରେ ଥିଲେ 4 ଜଣ । 3 ଆହତ କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସର ତଦନ୍ତ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜିର ଦିନ ଆପଣଙ୍କର କେମିତି କଟିବ ତାକୁ ନେଇ ଚିନ୍ତାରେ କି। ଜାଣନ୍ତୁ କଣ କହୁଛି ଆପଣଙ୍କ ରାଶିଫଳ।
ମେଷ-
ପାରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ବ୍ୟବସାୟରେ ସମସ୍ୟା ସତ୍ୱେ ଲାଭ ଆଦି ଫଳ ଭୋଗ କରିବେ । ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର୍ୟ୍ୟରେ ନିୟୋଜିତ ହୋଇପାରନ୍ତି । ପରୋକ୍ଷ ଶତୃତା ଲାଗିରହିବ । ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ
ବୃଷ-
ଜୀବନ ସାଥିଙ୍କ ସହିତ ମଧୁର ସମ୍ବନ୍ଧ ରହିବ । ବିଦ୍ୟାର୍ଥି ମାନେ ଏକାଗ୍ରତା ରକ୍ଷା କରିବେ । ବ୍ୟବସାୟରେ ଲାଭପ୍ରଦ ହେବେ ଓ ସୈଖିନ ଦ୍ରବ୍ୟ ସଂଗ୍ରହ କରିବେ । ଶତୃମାନେ ଆପଣଙ୍କୁ ମାଲିମକଦ୍ଦମାରେ ପକାଇ ଖର୍ଚ୍ଚାନ୍ତ କରିପାରନ୍ତି । କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ। ନୂତନ ଗୃହ ନିର୍ମାଣର ସୁଯୋଗ ଆସିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ
ମିଥୁନ-
ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ସରକାରୀ ସଂସ୍ଥା କାମରେ ସହଯୋଗ କରି ପାରନ୍ତି । କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି । ରାଜନୀତିରେ କୈାଣସି ପଦ ବ୍ୟକ୍ତିଙ୍କ ସାନିଦ୍ଧ୍ୟ ପାଇ ପାରନ୍ତି । ବେପାର ବୃତିରେ ସଫଳତା ହାସଲ କରିବେ
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । ସାମାଜିକ ସହଯୋଗ ଲାଭ କରିବେ । ଶିକ୍ଷା କ୍ଷେତ୍ରରେ କୈାଣସି ଶୁଭ ସମାଚାର ମଧ୍ୟ ମିଳିପାରେ । ଗୃହିଣୀ ମାନେ ଗୃହପୋକରଣ ସଂଗ୍ରହ କରି ପାରନ୍ତି । ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । ଯେଉଁ କାର୍ୟ୍ୟ କରିବେ ତାହା ଅପ୍ରିୟକର ହୋଇପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବୁଲା କୁକୁରକୁ ଖାଇବାକୁ ଦିଅନ୍ତୁ
ସିଂହ-
ସପଂର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇ ପାରନ୍ତି । ଧାତୁଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ ।ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦରେ ପଡିପାରନ୍ତି । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହାୟତ ଯୋଗୁଁ କାମ ଗୁଡିକ ସହଜ ହେଇଯିବ କ୍ଷ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଙ୍କଡକୁ ଗୁଡ ଖାଇବାକୁ ଦିଅନ୍ତୁ
କନ୍ୟା-
ନିଜ ଲୋକଙ୍କୁ ବୃଥା ସନ୍ଦେହ କରି ନିଜେ ହିଁ କ୍ଷତିରେ ପଡିବେ । ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ସନ୍ତାନ ଚିନ୍ତା ଦେଖା ଦେଇପାରେ । ଅଫିସରୁ ଆସିଲା ବେଳେ ନିଜ ମନ ପସନ୍ଦର ଜିନିଷ ଟିଏ କିଣିକି ଆଣିବାରେ ସମର୍ଥ ହେବେ କ୍ଷ ଛାତ୍ରଛାତ୍ରିମାନେ ପରୀକ୍ଷାରେ ଉତମ ଫଳ ପ୍ରଦର୍ଶନ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଗରିବଙ୍କୁ କିଛି ଖାଦ୍ୟ ଦାନ କରନ୍ତୁ
ତୁଳା-
ଜୀବନରେ ନୂଆ ସଂକେତ ମିଳିପାରେ । ବନ୍ଧୁ , ବର୍ଗଙ୍କ ସହିତ ସଂପର୍କ ମଜବୁତ୍ ରହିବ । ଖବରଦାତା, ଆୟନଜ୍ଞ ମାନେ ବିଶେଷ ଉପକୃତ ହେବେ । ଦୂର ସ୍ଥାନରେ ନୂତନ ଜମି କ୍ରୟ କରି ଆନନ୍ଦିତ ରହିବେ କ୍ଷ ମାଲିମକନ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇ ନଥାଏ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ
ବିଛା-
କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ । ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ । କ୍ୟାରିୟରେ ନୂଆ କିର୍ତୀ ମାନ ସ୍ଥାପନ କରିବେ । ସରକାରୀ ସ୍ଥରରେ କେତେକ ସୁବିଧା ପାଇବା ହେତୁ ଖୁସି ରହିବେ । ଦୁର୍ଘଟଣାର ଶିକାର ହୋଇପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଧନୁ-
ବ୍ୟବସାୟ କ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବିଦ୍ୟାର୍ଥୀ ମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖି ବା ଜରୁରୀ ଅଟେ । ଚାକିରିରେ ନିଜକୁ ସଂଯତ ରଖି ଚଳିଲେ ଭଲ । ଗଣ ମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ । ଚଳଚିତ୍ରରେ ସୁନାମ ଅର୍ଜନ କରିପାରନ୍ତି
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ଦେଖାକରିବାକୁ ଯୋଜନା କରିପାରନ୍ତି ଜ୍ଝ ବୈବାହିକ ଜୀବନ ସବୁଠୁ ଉତ୍ତମ ରହିବ ଜ୍ଝ ନୂତନ ଆୟର ପନ୍ଥା ଖୋଲିଯିବା ସହ ଉତମ ରୋଜଗାର ହେବ ।
ଘରକୁ ଜିନିଷ କିଣି ଅଧିକ ପଇସା ଖର୍ଚ୍ଚ କରିପାରନ୍ତି । ଶିକ୍ଷାର୍ଥୀ ମାନେ ପଥ ଭ୍ରଷ୍ଟ ହୋଇ ପାରନ୍ତି। ପଡୋଶୀ ସବୁ ପାସୋରି ବନ୍ଧୁତାର ହାତ ବଢାଇବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନିମ୍ବକାଠରେ ଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ
କୁମ୍ଭ-
ଅସ୍ୱାସ୍ଥ୍ୟ କର ପରିସ୍ଥିତିକୁ ନେଇ ଚିନ୍ତା ଗ୍ରସ୍ତ ରହିବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ । ସମ୍ପର୍କୀୟ ବନ୍ଧୁଙ୍କ ସାହାର୍ୟ୍ୟ ସହଯୋଗରେ ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ
ମୀନ-
ବାଣିଜ୍ୟ ବ୍ୟବସାୟ ମଧ୍ୟମ ଧରଣର ରହିବ । ପ୍ରେମ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ରାଜନୀତିରେ କୈାଣସି କାମକୁ ହାତକୁ ନେବେ ମହିଳା ମାନେ ଇଶ୍ୱର ବିଶ୍ୱାସି ହେବେ । ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଗୋମାତାଙ୍କୁ ଗୁଡ,ବୁଟ, ପାଚୀଲା କନ୍ଦଳୀ ଖାଇବାକୁ ଦିଅନ୍ତୁ
ଅଧିକ ପଢ଼ନ୍ତୁ ରାଶିଫଳ ଖବର:
ଅର୍ଗସ ବ୍ୟୁରୋ: ସୂର୍ଯ୍ୟକୁ ଦେଖିଲା ଆଦିତ୍ୟ-ଏଲ୍ ୧। ଭାରତୀୟ ସୌରଯାନର ଦ୍ବିତୀୟ ଉପକରଣ ସକ୍ରିୟ କଲା ଇସ୍ରୋ। ଆଦିତ୍ୟ-ଏଲ୍୧ ସୌର ପବନରେ ଥିବା କଣିକାକୁ ଉପରେ ପରୀକ୍ଷା ନିରିକ୍ଷା ଆରମ୍ଭ କରିଛି। ଏଥିରେ ଥିବା ASPEX ପ୍ଲେଲୋଡ୍ରେ ସୋଲାର୍ ୱିଣ୍ଡ୍ ଆଇଅନ୍ ସ୍ପେକ୍ଟୋମିଟର୍ ଓ ସୁପ୍ରାଥର୍ମାଲ୍ ଆଣ୍ଡ୍ ଏନର୍ଜେଟିକ୍ ପାର୍ଟିକ୍ଲ ସ୍ପେକ୍ଟୋମିଟର୍ ସମେତ ସମସ୍ତ ଯନ୍ତ୍ରପାତି ନିର୍ବିଘ୍ନରେ କାର୍ଯ୍ୟ କରୁଛନ୍ତି ବୋଲି ଇସ୍ରୋ ସୂଚନା ଦେଇଛି । ନଭେମ୍ବର ୨ ତାରିଖରେ ସକ୍ରିୟ କରାଯାଇଥିବା ଏହି ଉପକରଣ ସୋଲାର୍ ୱିଣ୍ଡ୍ ଆଇଅନ୍ ବିଶେଷକରି ପ୍ରୋଟନ୍ ଓ ଆଲ୍ଫା କଣିକା ମାପିବା ଆରମ୍ଭ କରିଛି ।
୩୬୦ ଡିଗ୍ରି ଅଞ୍ଚଳ ଦେଖି ହେବା ଭଳି ସ୍ୱିସ୍ ରେ ଲାଗିଥିବା ଦୁଇଟି ସେନ୍ସର୍ ୟୁନିଟ୍ ସୌର ପବନ ବିଷୟରେ ପୁଙ୍ଖାନୁପୁଙ୍ଖ ତଥ୍ୟ ମଧ୍ୟ ଦେଉଛି।ସେପ୍ଟେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଦ୍ବୀପସ୍ଥିତ ସତୀଶ ଧୱନ୍ ସ୍ପେସ୍ ସେଣ୍ଟର୍ରୁ ଭାରତର ପ୍ରଥମ ସୌର ଅଭିଯାନ ଆଦିତ୍ୟ-ଏଲ୍୧ ମହାକାଶକୁ ଉତ୍କ୍ଷେପଣ କରାଯାଇଥିଲା। ୧୨୫ରୁ ଊର୍ଦ୍ଧ୍ବ ଦିନ ପରେ ପୃଥିବୀ ଠାରୁ ୧.୫ ନିୟୁତ କିଲୋମିଟର୍ ଯାତ୍ରା କରିଥିବା ଏହି ମହାକାଶଯାନ ସୂର୍ଯ୍ୟର ନିକଟତମ ବୋଲି ବିବେଚନା କରାଯାଉଥିବା ଲାଙ୍ଗ୍ରାଗିଆନ୍ ପଏଣ୍ଟ୍ L1 ଚତୁଃପାର୍ଶ୍ବରେ ଥିବା ଗୋଟାଏ ଫାଙ୍କା କକ୍ଷପଥରେ ସ୍ଥାପନ ହେବ ବୋଲି ଆଶା କରାଯାଉଛି।
ଅଧିକ ପଢ଼ନ୍ତୁ ଦେଶ ଖବର: