ଜିଆରପି ଉକ୍ତ ଯୁବକଙ୍କୁ ଚିହ୍ନଟ କରିବା ପରେ ସେ ପଶ୍ଚିମବଙ୍ଗ ଚିତପୁର ଥାନା ଅଞ୍ଚଳର ବୋଲି ଜଣାପଡିଥିଲା। ଏହାପରେ ତାଙ୍କ ମୋବାଇଲ ଲୋକେଶନଙ୍କୁ ଟ୍ରାକ କରିବା ଦ୍ୱାରା ସେ ଚିତପୁର ଅଞ୍ଚଳରେ ଥିବା ପୋଲିସ ଜାଣିବାକୁ ପାଇଛି। ରବିବାର ସୁଦ୍ଧା ପ୍ରକୃତ ଘଟଣା ଜଣାପଡିବ ବୋଲି ଜିଆରପି ଅଧିକାରୀ କହିଛନ୍ତି।
ସୂଚନାନୁସାରେ, ସ୍ୱିଟିଙ୍କ ଘର ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜୟପୁରର ଜେସର ରୋଡ୍ରେ । ସେ ଖଣ୍ଡଗିରି ଅଞ୍ଚଳରେ ଥିବା ଉତ୍କଳ ଏରୋସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ । ନୂଆପଲ୍ଲୀ ଥାନା ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ । କିଛି ଦିନ ତଳେ ସେ ଘରକୁ ଯାଇଥିଲେ । ବୁଧବାର ହାୱଡ଼ାରୁ ଜନଶତାଦ୍ଦୀ ଟ୍ରେନରେ ଭୁବନେଶ୍ୱର ଆସିଥିଲେ । ରାତି ୮ଟା ୨୫ରେ ଷ୍ଟେସନର ୬ ନମ୍ବର ପ୍ଲାଟ୍ଫର୍ମରେ ଓହ୍ଲାଇଥିଲେ ।
ଟ୍ରେନ୍ରୁ ଓହ୍ଲାଇବା ପରେ ସ୍ୱିଟି ତାଙ୍କ ମା’ଙ୍କୁ ଫୋନରେ ଜଣାଇଥିଲେ । ରୁମ୍ରେ ପହଞ୍ଚି ଫୋନ୍ କରିବେ ବୋଲି କହିଥିଲେ । ହେଲେ ସେ ରୁମ୍କୁ ସେ ଫେରି ନଥିଲେ । ରାତି ୧୦ ଟା ବେଳେ ତାଙ୍କ ମା’ ଫୋନ୍ କରିଥିଲେ । କିନ୍ତୁ ସ୍ୱିଟିଙ୍କ ଫୋନ୍ ବନ୍ଦ ଥିଲା । ସ୍ୱିଟିଙ୍କ ବାପା ବିଜୟ ରାୟ ବିଏସ୍ଏଫ୍ର ସବ୍ ଇନ୍ସପେକ୍ଟର ।