ସେଥିପାଇଁ ଆଜି ତହସିଲଦାରଙ୍କୁ ଗ୍ରାମବାସୀନ୍ଦାମାନେ ଘେରାଉ କରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ଗ୍ରାମରେ ଏ ନେଇ RTI ମାଗିଥିଲେ ଗୋଟିଏ ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତହସିଲଦାର RTI ତଥ୍ୟ ପ୍ରଦାନ କରିନଥିବା ଗୌରାଙ୍ଗ ମହାପାତ୍ର ନାମକ ସୂଚନା ଅଧିକାର କହିଛନ୍ତି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ତହସିଲଦାର ଶୁଣନ୍ତି ନାହିଁ। ସେପଟେ ଏନେଇ ତହସିଲଦାର ପ୍ରତିକ୍ରିୟା ମିଳିପାରିନାହିଁ।
ବେଆଇନ ବାଲି ଉଠାକୁ ନେଇ ତହସିଲଦାରଙ୍କୁ ଘେରିଲେ

ଅର୍ଗସ ବ୍ୟୁରୋ: ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ ନେରଡା ଗ୍ରାମ ବାସି ଭଣ୍ଡାରିପୋଖରୀ ତହସିଲଦାରଙ୍କୁ ଭଣ୍ଡାରିପୋଖରୀ ତହସିଲ କାର୍ଯ୍ୟାଳୟ ପଛରେ ଘେରିଲେ ଗ୍ରାମ ବାସିନ୍ଦା। ନେରଡା ଗ୍ରାମ ନିକଟସ୍ଥ ବୈତରଣୀ ନଦୀ ସୁନା ମୁଁଇ ମନ୍ଦିର ନିକଟ ଠାରୁ ୨୦୦ ମିଟର ଦୂରରେ ଥିବା ବୈତରଣୀ ନଦୀର ପ୍ରାୟ ଦେଢ଼ ମାସ ହେଲା ବେଆଇନ ଭାବେ ବାଲି ଉଠୁଥିବା ବେଳେ ଗାଁ ଲୋକେ ବିରୋଧ କରି ତହସିଲଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିଲା।
Download Argus News App
