ତେବେ ଓଟିଏମ ସମ୍ପତ୍ତି ହସ୍ତାନ୍ତର ସମ୍ପର୍କରେ ରାଜ୍ୟ ସରକାରଙ୍କ ତରଫରୁ ଅଫିସିଆଲ୍ ଲିକ୍ୟୁଡେଟରଙ୍କୁ ଆଗୁଆ ଅବଗତ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସମ୍ପତ୍ତି ହସ୍ତାନ୍ତର ଓ ଦାଖଲ ପ୍ରକ୍ରିୟା ସମ୍ପାଦନ ପାଇଁ ରାଜ୍ୟ ସରକାରଙ୍କ ପ୍ରତିନିଧି ଓ ଅଫିସିଆଲ୍ ଲିକ୍ୟୁଡେଟର ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପ୍ରକ୍ରିୟା ଶେଷ ହେବା ପରେ ଏ ସଂକ୍ରାନ୍ତରେ ଡିସେମ୍ବର ୬ ସୁଧା ସତ୍ୟପାଠ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଏପରି ରାୟ ଦେଇଛନ୍ତି। ଓଟିଏମ ଜମି କିଣିବା ନେଇ ସରକାର ୧୧୫ କୋଟି ଟଙ୍କା ଜମା କରି ସାରିଥିଲେ। ହେଲେ ଏହାକୁ ନିଜ ଅକ୍ତିଆରରେ ନେବାକୁ ବିଳମ୍ବ କରିବାରୁ କୋର୍ଟ କ୍ଷୁବ୍ଧ ହୋଇଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।