ଅଧିକ ପଢନ୍ତୁ ଓଡ଼ିଶା ଖବର
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ଦେବଗଡ଼ ସାଂସଦ ଥିଲେ ସେହି ସମୟରୁ ତାଳଚେର ମେଡିକାଲ କଲେଜ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ କେନ୍ଦ୍ରମନ୍ତ୍ରୀ ହେବା ପରେ ମେଡିକାଲ କଲେଜ ପାଇଁ ବ୍ୟବସ୍ଥା କରିଥିଲେ । ଏମସିଏଲ ନିଜସ୍ୱ ଜାଗାରେ ୫୦୦ କୋଟି ଟଙ୍କା ବ୍ୟୟରେ ମେଡିକାଲ କଲେଜ ବିଲଡିଂ ତିଆରି ହୋଇଥିଲା । ୨୦୧୮ରୁ ମେଡିକାଲ କ୍ୟାମ୍ପସର ଉଦଘାଟନ ସରିଲାଣି, ଏମସିଏଲ ପୁନଶ୍ଚ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଫଳରେ ଏହାର ପରିଚାଳନା ପାଇଁ ସମ୍ପୂର୍ଣ ଅର୍ଥ ବ୍ୟୟ କରିବାକୁ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ୨୫/୦୫/୨୦୨୨ରେ ଜଣାଇଛି । କିନ୍ତୁ ଦୀର୍ଘ ୧୦ମାସ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ରାଜ୍ୟ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟକ୍ରମ ହୋଇନାହିଁ ବୋଲି ରାଜ୍ୟ ସମ୍ପାଦକ ଶ୍ରୀ କାଳନ୍ଦି ସାମଲ ପ୍ରକାଶ କରିଛନ୍ତି ।
ସ୍ଥାନୀୟ ସାଂସଦ ଓ ବିଧାୟକ ମେଡିକାଲ କଲେଜ ପ୍ରସଙ୍ଗରେ କାହିଁକି ସଂସଦ ଓ ବିଧାନସଭାରେ ପ୍ରଶ୍ନ ଉଠାଉ ନାହାନ୍ତି ଏବଂ ନିରବ ରହୁଛନ୍ତି ତାହା ଜଣା ପଡୁନାହିଁ । ଏମସିଏଲ ଜାଗା ଦେଲା, ବିଲଡିଂ କଲା, ପରିଚାଳନା ପାଇଁ ଅର୍ଥ ଦେଲା ସବୁ ଦେବା ପରେ ମଧ୍ୟ କାହିଁକି ଏ ଯାଏ ମେଡିକାଲ କଲେଜ ଚାଲୁ ପାରୁ ନାହିଁ, ଏହା ପଛରେ ଆଉ ରାଜ୍ୟ ସରକାର ହାଇଟେକକୁ ଦେବାକୁ ଚକ୍ରାନ୍ତ କରୁ ନାହାନ୍ତି କି ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ । ମେଡିକାଲ କଲେଜ କେବେ ଚାଲିବ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀ ସାମଲଙ୍କ ସମେତ ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ, ଘଣ୍ଟପଡା ସମିତି ସଦସ୍ୟ କରୁଣାକର ସାହୁ, ସରପଞ୍ଚ ସହଦେଵ ସାହୁ, ଗୀତିଶ ପ୍ରଧାନ, ନରେଶ ଚନ୍ଦ୍ର ବେହେରା, ପୂର୍ବଚନ ସରପଞ୍ଚ ସୁନୀଲ ବିଶ୍ୱାଳ, ବିଭୁତି ସାହୁ, ଜସ୍ମିନ ପ୍ରଧାନ, ସୁନୀଲ କୁମାର ବିଶ୍ୱାଳ, ନିରୋଜ ଦାସ, ପ୍ରଶାନ୍ତ ଦାସ, ବୁଲୁ ମିଶ୍ର, ରତନ କୁମାର ବାରିକ, ସନ୍ତୋଷ କୁମାର ମହା ସୁପକାର, ମିଲ୍ଲୀ ପ୍ରଧାନ, ରେଖା ଅଗ୍ରୱାଲ, ପ୍ରତିମା ଚୌଧୁରୀ, କାଳନ୍ଦି ପ୍ରଧାନ, ଅର୍ଜୁନ କିସ୍କୁ, ଜ୍ଞାନେନ୍ଦ୍ରୀୟ ସେଠିଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।