ଏହି କାର୍ଯ୍ୟକ୍ରମରେ ଉପକନିଷ୍ଠ, କନିଷ୍ଠ ଏବଂ ବରିଷ୍ଠ ବିଭାଗରେ ପୁରୀ ଜିଲ୍ଲାର ମୋଟ 57ଟି ବିଦ୍ୟାଳୟର 834 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ G20 ଏବଂ ପୁରୁଷ ବିଶ୍ଵ କପ ହକି ପ୍ରତିଯୋଗୀ ମାନଙ୍କ ଭିତରେ ବିଶେଷ ଆଦୃତ ଲାଭ କରିଥିଲା।
ଏହି ଉଜାପନ୍ନି ଉତ୍ସବରେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ ମୁଖ୍ୟ ଅତିଥି ଓ ଜିଲ୍ଲା ସଂସ୍କୃତି ଏବଂ କଳାବିକାଶ ଅଫିସର ହେମନ୍ତ ବେହେରା ସମ୍ମାନୀତ ଅତିଥି ରୂପେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହ ସତ୍ୟବାଦୀ ଅଞ୍ଚଳର ମୋଟ 23 ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ମାନୀତ କରା ଯାଇଥିଲା।