ବ୍ୟାଘ୍ର ପ୍ରକଳ୍ପରେ ବନାଗ୍ନି...
ଗଜପତି: ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା ଉଦ୍ୟମ । ଗୁଳି ନ ବାଜିବାରୁ ପୁଣି ପଥରରେ ଛେଚି ମାରିବାକୁ ଚେଷ୍ଟା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି କଟାମା ପଞ୍ଚାୟତ ଜାଡ଼ିଙ୍ଗା ଗାଁରେ । ୩ ଜଣ ମିଶି ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ କରିଛନ୍ତି ଅଳ୍ପକେ ବର୍ତ୍ତିଥିବା ଡମ୍ବରୁଧର ମାଝୀ ଅଡ଼ବା ଥାନାରେ ଏନେଇ ସେ ଅଭିଯୋଗ କରିଛନ୍ତି । ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ସେହି ଗାଁର ପ୍ରମୋଦ ମାଝୀ ବୋଲି କହିଛନ୍ତି ଡମ୍ବରୁଧର ।
ତେବେ ଅନ୍ୟ ଦୁଇ ଜଣଙ୍କୁ ଚିହ୍ନଟ କରିପାରି ନ ଥିବା କହିଛନ୍ତି ଡମ୍ବରୁଧର । ସେ କରଡ଼ାବାଡ଼ି ଚର୍ଚ୍ଚରେ ପୂଜାପାଠ କରୁଥିଲେ । ତେବେ କୌଣସି କାରଣରୁ ଡମ୍ବରୁଧରଙ୍କ ୯ ମାସର ପୁଅର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଗାଁରେ ବସିଥିବା ସଭାରେ ଗୁଣି କରି ମାରିବା ଅଭିଯୋଗ ଆସିଥିଲା ।