ପୁଣି ତେଜିଲା ଚିଟ୍ ଫଣ୍ଡ ତାତି
୫ ଘଣ୍ଟା ଅଟକି ରହିଲା ତପସ୍ୱିନୀ ଏକ୍ସପ୍ରେସ

ରାଉରକେଲା: ୫ ଘଣ୍ଟା ଅଟକି ରହିଲା ତପସ୍ୱିନୀ ଏକ୍ସପ୍ରେସ । ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପୁରୀ-ହାତିଆ ତପସ୍ୱିନୀ ଏକ୍ସପ୍ରେସ ଅଟକି ରହିଲା । ୨ଟି ଷ୍ଟେସନରେ ପ୍ରାୟ ୫ ଘଣ୍ଟା ଅଟକି ରହିଥିଲା। ଟ୍ରେନଟି ପ୍ରଥମେ ଅନୁଗୁଳ ଷ୍ଟେସନରେ ୨ ଘଣ୍ଟା ଅଟକି ଥିବା ବେଳେ ଏହାପରେ ସମ୍ବଲପୁର ଜିଲ୍ଲାର ବାମୁର ଷ୍ଟେସନ ନିକଟରେ ତିନି ଘଣ୍ଟା ପଡ଼ି ରହିଥିଲା। ଉକ୍ତ ଟ୍ରେନ୍ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଯାତ୍ରା କରୁଥିବା ସୂଚନା ମିଳିଛି ।
ଟ୍ରେନଟି ୫ ଘଣ୍ଟା ହେବ ଅଟକି ରହିଥିବା ନେଇ ରେଳ କର୍ତ୍ତୃପକ୍ଷଙ୍କୁ ଟ୍ୱିଟ୍ ଯୋଗେ ସୂଚନା ଦେଇଥିଲେ ଜୁଏଲ ଓରାମ। ଜୁଏଲଙ୍କ ସହ RSS କ୍ଷେତ୍ର ସଂପର୍କ ଅଧିକାରୀ ପ୍ରସନ୍ନ ମିଶ୍ର ମଧ୍ୟ ସେହି ଟ୍ରେନ୍ରେ ଯାତ୍ରା କରୁଛନ୍ତି । ଟ୍ରେନ୍ ବିଳମ୍ବ ହେବା ଦୁର୍ଭାଗ୍ୟଜନକ ବୋଲି ଜୁଏଲ କହିବା ସହ ଅସନ୍ତୋଷ ପ୍ରକଟ କରିଥିଲେ। ରେଳବାଇ ଅଧିକାରୀ ଏହାର ମରାମତି ନିମନ୍ତେ ତତ୍ପରତା ନ ଦେଖାଇବା ଘଟଣାକୁ ସେ ସମାଲୋଚନା କରିବା ସହ ଏଥିଯୋଗୁ ଶହ ଶହ ଯାତ୍ରୀ ହଇରାଣ ହେଉଥିବା ଟ୍ୱିଟରେ ଉଲ୍ଲେଖ କରିଥିଲେ।
ଏହାପରେ ରେଳ ବିଭାଗ ପକ୍ଷରୁ ଟ୍ରେନ୍ର ଇଞ୍ଜିନ ମରାମତି କାମ ଆରମ୍ଭ ହୋଇଥିଲା । ସକାଳ ପ୍ରାୟ ୯ଟା ପରେ ଟ୍ରେନ୍ଟି ବାମୁର ଷ୍ଟେଶନ ଛାଡ଼ିଛି। ଅନ୍ୟପକ୍ଷରେ ଟ୍ରେନ୍ ବିଳମ୍ବ ହେବା ଯୋଗୁ ଯାତ୍ରୀମାନେ ଅନ୍ତୋଷ ପ୍ରକାଶ କରିଛନ୍ତି।Tapswani Express at Bamur station stopping more than 3 hours. pic.twitter.com/WlQx2QXFHV
— Jual Oram (@jualoram) January 4, 2020
Download Argus News App
