ତପସ୍ବିନୀଙ୍କୁ ସମର୍ଥନ ଦେଇଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ତପସ୍ବିନୀଙ୍କ ସହ ସେ ମଧ୍ୟ ଧାରଣାରେ ବସିଛନ୍ତି । ସେପଟେ ସୁମିତ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିଥିବା ନେଇ ତପସ୍ବିନୀଙ୍କ ଓକିଲ କୋର୍ଟରେ ପିଟିସନ୍ ରୁଜୁ କରିଥିଲେ । କୋର୍ଟ ନିର୍ଦ୍ଦେଶ ଅବମାନା କରିଥିବା ଯୋଗୁଁ ଡାକ୍ତର ସୁମିତଙ୍କ ବିରୋଧରେ କ୍ରିମିନାଲ୍ କେସ୍ ରୁଜୁ କରିବାକୁ ଅନୁରୋଧ କରାଯାଇଥିଲା । ଏହାସହ ସେ ପତ୍ନୀ ତପସ୍ବିନୀଙ୍କ ରହିବା ପାଇଁ ବ୍ୟବସ୍ଥା କରି ନାହାନ୍ତି । ଏଣୁ ମାମଲାର ଫଇସଲା ପର୍ଯ୍ୟନ୍ତ ତାଙ୍କୁ ଶ୍ବଶୁର ଘରେ ରହିବାକୁ ଅନୁମତି ଦିଆଯାଉ ଏବଂ ମାସିକ ଭରଣପୋଷଣ ବାବଦରେ ଅର୍ଥ ଦେବାକୁ ପିଟିସନ୍ରେ ଉଲ୍ଲେଖ ରହିଛି ।
କଣ ହେବ ତପସ୍ବିନୀଙ୍କ ଭବିଷ୍ୟତ ? ସୁମିତ ଡିମ୍ପଲଙ୍କୁ ନେଇ ଆସନ୍ତା ୨୦ ତାରିଖରେ କଣ ରାୟ ଶୁଣାଇବେ SDJM କୋର୍ଟ ତାହା ଉପରେ ସମସ୍ତଙ୍କ ନଜର ।