ଅଭିଯୁକ୍ତମାନେ ଶାସକ ଦଳର ହୋଇଥିବାରୁ ପୋଲିସ ସେମାନଙ୍କୁ ସୁରକ୍ଷା ଦେଉଥିବା ତାରା ଅଭିଯୋଗ କରିଛନ୍ତି। ତେଣୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ସେ ଏହି ଘଟଣା ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି।
ତାରା ପ୍ରସାଦଙ୍କୁ ହତ୍ୟା ଧମକ
କୋରାପୁଟ : ତାରା ପ୍ରସାଦ ବାହିନୀପତିଙ୍କୁ ହତ୍ୟା ଧମକ। ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି। ଦୁଇ ଦିନ ତଳେ ଜୟପୁରରେ ହୋଇଥିବା ଗୁଳିକାଣ୍ଡକୁ ବିଧାୟକ ଜୟପୁର ଟାଉନ ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ କରିଥିଲେ। ପରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ବି ମୁଖ୍ୟ ଅଭିଯୁକ୍ତ ଏଯାଏ ଧରା ପଡିନାହିଁ।
Download Argus News App
