ଏହି ବିଦ୍ୟାଳୟ ରେ ଗୋଟାଏ ପରେ ଗୋଟାଏ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ବଦଳି ଓ ଅବସର ହୋଇଥିଲେ ମଧ୍ୟ ସେଇ ସ୍ଥାନରେ କୌଣସି ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନିଯୁକ୍ତି କିରଯାଉନାହିଁ l ଯାହାକୁ ନେଇ ବରମ୍ଭାର ଅଭିଭାବକ ଏବଂ ବିଦ୍ୟାଳୟର ପକ୍ଷରୁ ବିଇଓ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।ହେଲେ କେବଳ ପ୍ରତିଶୃତି ରେ ଅଟକିଛି ଶିକ୍ଷକ ନିଯୁକ୍ତି।ଯାହାକୁ ନେଇ ଆଜି ଅଭିଭାବକ ଏବଂ ଶିକ୍ଷକ ଙ୍କ ବୈଠକ ରେ ତାତି ଥିଲେ ଅଭିଭାବକ।ଏହି ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ପର୍ଯ୍ୟନ୍ତ ୧୮୫ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି।ଏଠି ପୂର୍ବରୁ ୬ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ଥିଲେ। କିନ୍ତୁ ଏବେ କେବଳ ୩ଜଣ ଶିକ୍ଷୟତ୍ରି ରହିଛନ୍ତି l ୩ଜଣ ଶିକ୍ଷୟତ୍ରୀ ତିନୋଟି class ରୁମରେ ୫ଟି ଶ୍ରେଣୀକୁ ଶିକ୍ଷାଦାନ କରୁଛନ୍ତି l ଶିକ୍ଷାଦାନ ରେ ଅସୁବିଧା ହୋଉଥିବା ବେଳେ ଶିକ୍ଷା କୁ ନେଇ ଛାତ୍ର ଛାତ୍ରୀ ମାନେ ମଧ୍ୟ ଅସନ୍ତୋଷ ପ୍ରକୋଟ କରୁଛନ୍ତି।
କରୁଥିବା ସବୁଠାରୁ ବଡ କଥା ହୋଉଛି ୩ଜଣ ଶିକ୍ଷୟତ୍ରୀ ଙ୍କ ମଧ୍ୟରୁ ଜଣେ ଶିକ୍ଷୟତ୍ରୀ ଚଳିତ ମାସ ଅବସର ନେବେ। ଏହା ପରେ ଆଗକୁ ଶିକ୍ଷାଦାନ ବାଧା ପ୍ରାପ୍ତ ହେବ l ଘଟଣା ସମ୍ପର୍କରେ ସ୍ଥାନୀୟ ଅବିଭାବକ ଏବଂ ବିଦ୍ୟାଳୟ ପକ୍ଷରୁ ପୂର୍ବରୁ BEO ଙ୍କୁ ଅବଗତ କରାଯାଇଛି ହେଲେ ଏ ପର୍ଯ୍ୟନ୍ତକେବଳ ପ୍ରତିଶୃତି ମିଳିଥିବା ଅବିଭାବକ ଏବଂ ଶିକ୍ଷତାୟତ୍ରୀ ସୂଚନା ଦେଇଛନ୍ତି l ସେପଟେ ଅତି ଶୀଘ୍ର ଶିକ୍ଷକ ଅଭାବ ପୁରଣ ନ ହେଲେ ସରକାରୀ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କୁ ଛାଡ଼ିବୁ ନାହିଁ ବୋଲି କହିଛନ୍ତି l
ଓଡିଶା ଖବର ଆହୁରି ପଢ଼ନ୍ତୁ ।