ତେବେ ଗତ ୧୭ତାରିଖ ଦିନ ବାରିପଦା ଟାଉନ ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ଅଭିଯୁକ୍ତ ଟୁୟୁସନ ଶିକ୍ଷକ ଶୁଭାଶିଷ ସାମଲ ଓ ଅନ୍ୟ ଜଣେ ସହଯୋଗୀକୁ ପୋଲିସ ଗିରଫ କରିଛି। ପରେ ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ବାରିପଦା ହଦର SDPO କେ.କେ. ହରିପ୍ରସାଦ ସୁଚନା ଦେଇଛନ୍ତି ।
ନାବାଳିକା ଛାତ୍ରୀଙ୍କୁ ବ୍ଲାକମେଲିଂ କରି ସାର୍ ଗିରଫ

ବାରିପଦା : ଟିୟୁସନ ଶିକ୍ଷକଙ୍କ କଳାକାରନାମା । ନାବାଳିକା ଛାତ୍ରୀଙ୍କୁ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଫୋଟ ଉତ୍ତୋଳନ କରୁଥିଲ । ପରେ ଏହା ବାଦରେ କାହା ଆଗରେ ପ୍ରକାଶ କରିଲେ ଫୋଟ ଭାଇରାଲ କରିଦେବା ନେଇ ଧମକ ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲେ ।
Download Argus News App
