ଘଟଣା ସମ୍ପର୍କରେ ପିଲାଟି ନିଜ ବାପା ବୁଲୁ ବେହେରାଙ୍କୁ ଜଣାଇଥିଲା । ପରେ ପରିବାର ଲୋକ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲକୁ ନେଇଥିଲେ । ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହରଭଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ଅଭିଭାବକ । ଘଟଣାକୁ ନେଇ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ପରମାନନ୍ଦ ସାହୁଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ସହକାରୀ ଶିକ୍ଷକଙ୍କ ଏଭଳି କାର୍ଯ୍ୟକୁ ନେଇ ଛାତ୍ରଙ୍କ ବାପା-ମା’ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ଶିକ୍ଷକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ହରଭଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ।ସଂପୃକ୍ତ ଶିକ୍ଷକଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଗୀତ ଲେଖିପାରିଲେନି ବୋଲି ଛାତ୍ରଙ୍କୁ ପିଟି ପିଟି ପିଠି ଫଟେଇ ଦେଲେ ଶିକ୍ଷକ

ଅର୍ଗସ ବ୍ୟୁରୋ: ଦଣ୍ଡ ମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଦଣ୍ଡ ଦେଲେ ସହକାରୀ ଶିକ୍ଷକ । ସବୁ ନିୟମକୁ ଭାଙ୍ଗି ଛାତ୍ରଙ୍କୁ ମାରି ପିଠି ଫଟାଇ ଦେଇଛନ୍ତି ଶିକ୍ଷକ ଜଣଙ୍କ । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଝାରଖମନ ପ୍ରାଥମିକ ବିଦ୍ୟାଳୟରୁ । ସ୍କୁଲର ଚତୁର୍ଥ ଶ୍ରେଣୀ ଛାତ୍ର ବିକାଶ ବେହେରା ପାଠ ପଢ଼ୁଥିବା ବେଳେ, ସହକାରୀ ଶିକ୍ଷକ ପରମାନନ୍ଦ ସାହୁ ଛାତ୍ରକୁ ଏକ ଗୀତ ଲେଖି ଆଣିବାକୁ କହିଥିଲେ । କିନ୍ତୁ ଛାତ୍ର ଜଣକ ଗୀତ ଲେଖି ପାରିନଥିବାରୁ ଶିକ୍ଷକ ଜଣକ ରାଗରେ ପିଲାର ପିଠି, ଜଙ୍ଘ, ଗୋଡ଼କୁ ମାଡ଼ ମାରିଥିଲେ । ଏପରିକି ପିଲାଟିକୁ ଜ୍ୱର ମଧ୍ୟ ଆସିଥିଲା ।
ଫ୍ୟାନରେ ଝୁଲି ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ପାହାଳ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ସ୍ଥିତ ସିନର୍ଜୀ ବୈଶୟିକ ଶିକ୍ଷା ଅନୁଷ୍ଠାନରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କୁଡୁମୁଲୁଗୁମା ଗ୍ରାମର ସାହିଲ ରାଜ୍ ବେନୀୟା । ସାହିଲ୍ ଏହି ଶିକ୍ଷା ଅନୁଷ୍ଠାନରେ ବିଟେକ କମ୍ପ୍ୟୁଟର ବିଜ୍ଞାନ ପାଠ୍ୟ କ୍ରମର ଦ୍ବିତୀୟ ବର୍ଷର ଛାତ୍ର ଥିଲେ
Download Argus News App
