କଳାହାଣ୍ଡି: ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର । ସ୍କୁଲ ପରିସରରେ ପିଲାଙ୍କୁ ମାଡ଼ ମାରିବାକୁ ନିଷେଧ କରାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କନା ଗାଁ ସ୍କୁଲରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷକ ନୃଶଂସ ଭାବେ ମାଡ଼ ମାରିବା ଘଟଣା ଆଲୋଡନ ସୃଷ୍ଟି କରିଛି ।
ଛାତ୍ର ବିକାଶ ତାଣ୍ଡି ସଂସ୍କୃତ ପରୀକ୍ଷାରେ ଇଂରାଜୀ ଲେଖିବାରୁ ଶିକ୍ଷକ ସାରଧା ମହାନ୍ତି ବାଉଁଶ ବାଡିରେ ଦେହସାରା ମାଡ଼ ମାରିଥିବା ଦେଖିବାକୁ ମିଳିଛି । ଫଳରେ ଛାତ୍ରଙ୍କ ପିଠି, ହାତ, ଜଙ୍ଘରେ ଗଭୀର ଆଘତ ଲାଗିଛି । ଏଭଳି ଭାବରେ ଶିକ୍ଷକ ମାଡ଼କୁ ଅଭିଭାବକ ମହଲରେ ତୀବ୍ର ନିନ୍ଦା କରାଯାଇଛି ।
ତୁରନ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି । ଏହି ଘଟଣା ପରେ ଶିକ୍ଷାବିଭାଗ କି ପ୍ରକାର ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।
