୨୦୦୪ ରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ୬ଟି ଇନକ୍ରିମେଣ୍ଟ ଦେଇ ନିୟମିତ କରାଯାଉ ବୋଲି ପ୍ରଥମ ଦାବି କରିଛି ସଂଘ। ସେହିଭଳି ୨୦୧୬ ରୁ ୨୦୨୨ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କର ଯୋଗ୍ୟତା ଥିବାବେଳେ ତାଙ୍କୁ ମଧ୍ୟ ଐତିହାସିକ ନିଷ୍ପତ୍ତିରୁ ବାଦ ପକାଇଛି ଗଣଶିକ୍ଷା ବିଭାଗ। ତେଣୁ ଏହି ଶିକ୍ଷକମାନଙ୍କୁ ମଧ୍ୟ ନିୟମିତ କରାଯାଉ ବୋଲି ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଲା ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ।
ଆସନ୍ତା 12 ରୁ ଅନିର୍ଦ୍ଧିଷ୍ଟକାଳ ଯାଏଁ ଧାରଣାକୁ ଓହ୍ଲାଇବେ ଶିକ୍ଷକ ସଂଙ୍ଘ

ଭୁବନେଶ୍ୱର: ପୁଣି ରାସ୍ତାକୁ ଓହ୍ଲାଇବେ ଶିକ୍ଷକ। ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ କରିବେ ଆନ୍ଦୋଳନ। ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦକୁ କାର୍ଯ୍ୟକାରୀ କରିବା ଦାବିରେ ଆସନ୍ତା ୧୨ ରୁ ୨ଦଫା ଦାବି ନେଇ ଆରମ୍ଭ ହେବ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା। ୧୨ତାରିଖରେ ନବୀନ ନିବାସ ଘେରାଉ କରିବା ପାଇଁ ଚେତାବନୀ ଦେଇଛି ସଙ୍ଘ।
Download Argus News App
