ରାୟଗଡା ଜିଲ୍ଲା ବାଇସିଂ ପଞ୍ଚାୟତର ଜନତା ଗ୍ରାମରେ ଥିବା ସରକାରୀ ପ୍ରଥମିକ ବିଦ୍ୟାଳୟରେ ପ୍ରଥମ ଠାରୁ ଷଷ୍ଠ ପର୍ଯ୍ୟନ୍ତ ଶିକ୍ଷା ଦାନ ବ୍ୟବସ୍ଥା ରହିଛି । ଉକ୍ତ ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ଥିବାବେଳେ 45ଜଣ ଛାତ୍ରଛାତ୍ରୀ ଅଧୟନ କରନ୍ତି । ହେଲେ ସ୍କୁଲର ଶିକ୍ଷକ ମାନେ ନିର୍ଦ୍ଧାରିତ ସମୟରେ ନଆସି କୁନିକୁନି ଛାତ୍ରଛାତ୍ରୀଙ୍କ ହାତରେ ବିଦ୍ୟାଳୟର ଚାବି କାଠି ଧରାଇ ଦେଇ ଅଚିନ୍ତାରେ ରହୁଛନ୍ତି । ଯାହା ଫଳରେ ପାହାଡ଼ ପର୍ବତ ଭରା ଅଞ୍ଚଳରେ ପିଲା ମାନେ ଅସୁରକ୍ଷିତ ଭାବେ ଖେଳା ବୁଲା କରୁଛନ୍ତି ।
ମାତ୍ର ରାଜ୍ୟ ସରକାର ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଉପରିସ୍ଥ ଅଧିକାରୀଙ୍କ ଅବହେଳା ଯୋଗୁଁ ଏଠାରେ ମନମୁଖୀ ଚାଲିଛି ଶିକ୍ଷା ବ୍ୟବସ୍ଥା । ଯଦି କହିବା ଅଭିଭାବକମାନେ ଏହି ଛାତ୍ରଛାତ୍ରୀ ମାନଙ୍କ ଭାଗ୍ୟଭବିଷ୍ୟତ ଗଢିବା ନିମନ୍ତେ ପିଲା ମାନଙ୍କୁ ସ୍କୁଲକୁ ଛାଡ଼ୁଛନ୍ତି ହେଲେ ଏଠାରେ ଏହି କୁନିକୁନି ପିଲାମାନଙ୍କ ଭାଗ୍ୟଭବିଷ୍ୟତ କିପରି ଗଢ଼ା ଚାଲିଛି ତାହା ଆପଣ ଜାଣିପରୁଥିବେ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।