ତେଜସ୍ଵନି ପୁନଙ୍ଗ ସ୍ଥିତ ସିଦ୍ଧ ବାରଙ୍ଗ କଲେଜ୍ର +୨ଦ୍ଵିତୀୟ ବର୍ଷ ବିଜ୍ଞାନ ଛାତ୍ର। ପାଠ ପଢିବା ସହିତ କବିତା ପୁସ୍ତକ ଲେଖିବାର ବେଶ୍ ଆଗ୍ରହ ରହିଥିଲା। ଏବେ ତେଜସ୍ଵୀନି ମହାମହିମ ରାଷ୍ଟ୍ରପତିଙ୍କ ଜୀବନ କାହାଣୀ ଲେଖି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି।ଏହି ପୁସ୍ତକ କାହାଣୀ ଲେଖିବା ପାଇଁ ତେଜସ୍ୱନି ଙ୍କୁ ୧୫ ଦିନ ଓ ରାଷ୍ଟ୍ରପତିଙ୍କ ଜୀବନ କାହାଣୀ ସଂଗ୍ରହ କରିବା ପାଇଁ ୭ ଦିନ ସମୟ ଲାଗିଥିଲା। ଏହାରି ଭିତରେ ବହୁତ୍ କିଛି ତଥ୍ୟ
ସାମାଜିକ ଗଣ ମାଧ୍ୟମରୁ ସଂଗ୍ରହ କରିଥିଲେ। ପାଠ ପଢ଼ା ସାରି ରାତିରେ ପୁସ୍ତକ ଲେଖିବା ଆରମ୍ଭ କରନ୍ତି ତେଜସ୍ୱନି। ଏହି ପୁସ୍ତକ ଲେଖିବା ପରେ ବାପା ମା ନିଜକୁ ବହୁତ୍ ଗର୍ବ ଅନୁଭବ କରିଥିବା କହିଛନ୍ତି। ଝିଅର ଏହି ସଫଳତା ପଛରେ ବହୁ ବୟଜିଷ୍ଟ ବ୍ୟକ୍ତି ମାନଙ୍କର ହାତ ରହିଛି। ଆଗାମୀ ଦିନରେ ତେଜସ୍ୱନି ଏମିତି ପୁସ୍ତକ ଲେଖିବା ଜାରି ରହିବ ବୋଲି କହିଛନ୍ତି। ଏହି ପୁସ୍ତକ ଲେଖିବା ପରେ ସବୁ ଆଡୁ ତେଜସ୍ଵନି ଙ୍କୁ ଅଭିନନ୍ଦନ ର ବାର୍ତ୍ତା ପହଞ୍ଚିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।