ସେହିପରି ଜି. ଉଦୟଗିରିରେ 9, ଫୁଲବାଣୀରେ 9.5, ଦାରିଙ୍ଗବାଡିରେ 9.5, ନବରଙ୍ଗପୁରରେ 10 ଏବଂ କୋରାପୁଟରେ 10.2 ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଡିସେମ୍ବର 4ରେ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ପ୍ରଭାବରେ ରାତ୍ରିକାଳୀନ ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।