ବିନା ଭକ୍ତରେ ଗଡିଲା ରୁକୁଣା ରଥ
ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ପାରଦ । ପ୍ରବଳ ତାତିରେ ସିଝୁଛି ଓଡ଼ିଶା । ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ବଢ଼ିଥିବା ବେଳେ, ଲୋକେ ହନ୍ତସନ୍ତ ହୋଇଛନ୍ତି ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୪ ଜିଲ୍ଲା । ତେବେ ଟିଟିଲାଗଡରେ ସର୍ବାଧିକ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ବାଲେଶ୍ୱରରେ ୪୦ ଡିଗ୍ରୀ ତାପମାତ୍ରା ଥିବାବେଳେ କଟକରେ ୪୦, ଭୁବନେଶ୍ୱରରେ ୪୦.୫, ଅନୁଗୁଳରେ ୪୧.୧, ବାରିପଦାରେ ୪୨ ଡିଗ୍ରୀ, ଝାରସୁଗୁଡାରେ ୪୨.୨, ସମ୍ବଲପୁରରେ ୪୧.୨, ହୀରାକୁଦରେ ୪୧.୧, ତାଳଚେରରେ ୪୦.୩ ଡିଗ୍ରୀ, ଭବାନୀପାଟଣାରେ ୪୦.୮, ବଲାଙ୍ଗିରରେ ୪୧.୫, ଟିଟିଲାଗଡ଼ରେ ୪୨.୨, ମାଲକାନଗିରିରେ ୪୧ ଡିଗ୍ରୀ ଓ ନୟାଗଡରେ ୪୦.୩ ଡିଗ୍ରି ରେକର୍ଡ କରାଯାଇଛି ।