ବାଣି ବିହାର, ରସୁଲଗଡ, ଶିଶୁଭବନ, ଏୟାରପୋର୍ଟ ଛକ, ଆଦି ପ୍ରମୁଖ ସ୍ଥାନରେ ବି ଜଳଛତ୍ର ନାହିଁ। ବିଏମ୍ସି ଅନୁଯାୟୀ ରାଜଧାନୀରେ ୧୪୩ଟି ଜଳଛତ୍ର ଖୋଲାଯାଇଛି। ସେଥିମଧ୍ୟରୁ ୩୬ଟି ହେଉଛି ୱାଟର ଏଟିଏମ୍ । ଭୁବନେଶ୍ଵର ଭଳି ବଡ଼ ମହାନଗର ପାଇଁ ଏହା ସମୁଦ୍ରକୁ ଶଙ୍ଖେ ।
ପ୍ରତି ଛକର ନିର୍ଦ୍ଦିଷ୍ଟ ସ୍ଥାନରେ ଜଳଛତ୍ର ରହିବ, ଏହା ଏସ୍ଆରସିଙ୍କ ଗାଇଡ୍ଲାଇନ। ମାତ୍ର ଏହାକୁ ମାନୁନି ବିଏମସି। ହାତ ଗଣତି ସ୍ଥାନରେ ଜଳଛତ୍ର ଖୋଲିଦେଇ ଚୁପ ବସିଛି ବିଏମସି।
ସେପଟେ ଖରା ଦିନକୁ ଦିନ ବଢିବାରେ ଲଗିଛି। ୨ ସପ୍ତାହ ମଧ୍ୟରେ ରାଜଧାନୀରେ ୬ ଜଣ ଲୋକ ଅଂଶୁଘାତର ଶିକାର ହେଲେଣି। ପାରଦ ୪୦ ଡିଗ୍ରୀ ଉପରେ ରହୁଛି। ତେଣୁ ଆଗକୁ ଆହୁରି ଅଧିକ ଲୋକ ଅଂଶୁଘାତରେ ପଡ଼ିବା ଆଶଙ୍କା ରହିଛି।
କ୍ୟାପିଟାଲ ହସ୍ପିଟାଲ ପରିସରରେ ଅଂଶୁଘାତ ୱାର୍ଡ ଖୋଲିଛି। ହେଲେ ତାହା କାର୍ଯ୍ୟକାରୀ ହୋଇନାହିଁ। ଅଂଶୁଘାତରେ ଆକ୍ରାନ୍ତଙ୍କୁ ଅନ୍ୟ ୱାର୍ଡରେ ରଖଯାଉଛି।