୧୨ ତାରିଖରେ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀରୁ ଅଧିକ ରହିବର ସମ୍ଭାବନା ରହିଛି। ସେହିପରି ଅନୁଗୁଳ, ତାଳଚେର, ବଲାଙ୍ଗୀର, ଭବାନୀପାଟଣା, ଟିଟିଲାଗଡ଼ରେ ୩୯ ଡିଗ୍ରୀରୁ ଅଧିକ ଓ ଝାରସୁଗୁଡ଼ାରେ ୩୭.୫ ଡିଗ୍ରୀ ଓ ଚାନ୍ଦବାଲିରେ ୩୭ ଡିଗ୍ରୀ ହୋଇପାରେ। ହୁଏତ କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଛୁଇଁପାରେ।
ଅନ୍ୟପଟେ ଆଂଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ,ଆଗାମୀ ୫ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ।ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩୫ ଡିଗ୍ରୀରୁ ୩୭ ଡିଗ୍ରୀ ରହିଥିବା ବେଲେ ଉପକୂଳରେ ୩୩ରୁ ୩ ଡିଗ୍ରୀ ଯାଏଁ ଦିନ ତାପମାତ୍ରା ରେକର୍ଡ କରାଯାଇଛି।
ସର୍ବୋଚ୍ଚ ଦିନ ତାପମାତ୍ରା ଟିଟିଲାଗଡ଼ ଠାରେ ୩୭ ଡିଗ୍ରୀ ରେକର୍ଡ଼ କରାଯାଇଛି।ବଲାଙ୍ଗୀର ରେ ୩୬.୮ ଡିଗ୍ରୀ,ଭୁବନେଶ୍ୱର ରେ ୩୩.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ୩୩.୨ ଡିଗ୍ରୀ ରେକର୍ଡ ହୋଇଛି।ଓଡିଶା ଉପରେ ବର୍ତ୍ତମାନ ନିର୍ଦିଷ୍ଟ ପାଣିପାଗ ର ପ୍ରଭାବ ନାହିଁ। ଦିନ ତାପମାତ୍ରା ଓ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।