ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ୍ କରାଯାଇଛି । ୫ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି । ୪୧.୪ ଡ଼ିଗ୍ରୀ ସହ ଟିଟଲାଗଡ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ବଲାଙ୍ଗୀର ୪୧ ଡ଼ିଗ୍ରୀ, ଅନୁଗୁଳ ୪୦.୧ ଡ଼ିଗ୍ରୀ, ବୌଦ୍ଧ ଏବଂ ବାରିପଦାରେ ୪୦ ଡ଼ିଗ୍ରୀ ଦିନ ତାପମାତ୍ରା । ଭୁବନେଶ୍ୱରରେ ୩୭.୬ ଡ଼ିଗ୍ରୀ ଏବଂ କଟକରେ ୩୭.୨ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ ।
ଠିକ୍ ସେହିପରି ସମ୍ୱଲପୁରରେ ୩୮.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୩୭.୫ ଡିଗ୍ରୀ, ହୀରାକୁଦରେ ୩୭.୮ ଡିଗ୍ରୀ, ତାଳଚେରରେ ୩୯.୦ ଡିଗ୍ରୀ, ଭବାନୀପାଟଣାରେ ୩୭.୫ ଡିଗ୍ରୀ, ବଲାଙ୍ଗିରରେ ୪୧.୦ ଡିଗ୍ରୀ, କୋରାପୁଟରେ ୩୪.୬ ଡିଗ୍ରୀ, ଫୁଲବାଣୀରେ ୩୮.୪ ଡିଗ୍ରୀ, ଟିଟିଲାଗଡ଼ରେ ୪୧.୪ ଡିଗ୍ରୀ, ମାଲକାନଗିରିରେ ୩୬.୫ ଡିଗ୍ରୀ, ସୋନପୁରରେ ୩୯.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୨.୦ ଡିଗ୍ରୀ, ନୟାଗଡ଼ରେ ୩୮.୦ ଡିଗ୍ରୀ, ବୌଦ୍ଧରେ ୪୦.୦ ଡିଗ୍ରୀ, ଛତ୍ରପୁରରେ ୩୭.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୭.୦ ଡିଗ୍ରୀ, ରାୟଗଡ଼ାରେ ୩୭.୦ ଡିଗ୍ରୀ, ଭଦ୍ରକରେ ୩୬.୦ ଡିଗ୍ରୀ ଓ ଯାଜପୁରରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।