ଅର୍ଗସ ବ୍ୟୁରୋ: ଓଡ଼ିଶାର ପ୍ରମୁଖ ଶୈବପୀଠ ପରମହଂସଦେବଙ୍କ ଭବ୍ୟ ମନ୍ଦିର । ଯାହା ରହିଛି କଟକ ଜିଲ୍ଲାର କଟକ ସଦରବ୍ଲକରେ । କିମ୍ବଦନ୍ତୀରେ ଉଲ୍ଲେଖ ରହିଛି ରାଜା ପ୍ରତାପରୁଦ୍ର ଦେବଙ୍କୁ ସ୍ୱପ୍ନାଦେଶ ହେବାରୁ ସୁନ୍ଦର କାରୁକାର୍ଯ୍ୟରେ ଭରା ଭବ୍ୟ ପରମହଂସ ଦେବ ମନ୍ଦିର ନିର୍ମାଣ କରିଥିଲେ । ବାବା ପରମହଂସ ଦେବଙ୍କ ନୀତିକାନ୍ତି କରିବା ପାଇଁ ପରମହଂସ ଦେବଙ୍କ ନାମରେ ସମ୍ପତ୍ତି କରିଥିଲେ। ପୁରାତନ ମନ୍ଦିର ଏହାର କାରୁକାର୍ଯ୍ୟ ଅତି ଉଚ୍ଚକୋଟୀର ଥିବାରୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଦେବୋତ୍ତର ବିଭାଗ ନେବା କଥା। ହେଲେ ବିଭାଗର ବୈମାତୃକ ମନୋଭାବ ଯୋଗୁ ଦୀର୍ଘ ବର୍ଷ ହେବ ଟ୍ରଷ୍ଟ ଗଠନ ହୋଇ ପାରୁନାହିଁ । ଏହି ଶୈବପୀଠକୁ ପର୍ଯ୍ୟଟନର ମାନ୍ୟତା ମିଳିଛି କେବଳ କଥାରେ। ମନ୍ଦିର ଅଚଳାଚଳ ସମ୍ପତ୍ତିକୁ କିଏ ଖାଉଛି ତ କିଏ ଜବର ଦଖଲ କରି ରଖିଛନ୍ତି ତାହାର ହିସାବ କାହା ପାଖରେ ନାହିଁ । ଯେଉଁ ପୂଜକମାନେ ନୀତିକାନ୍ତି କରୁଛନ୍ତି ସେମାନଙ୍କର ଅବସ୍ଥା ନ କହିବା ଭଲ। ଶହ ଶହ ବର୍ଷର ମନ୍ଦିର ହେଲେ ଟ୍ରଷ୍ଟ ବୋର୍ଡ ନାହିଁ। ପ୍ରଶାସନର ବୈମାତୃକ ମନୋଭାବ ପାଇଁ ସର୍ବପୁରାତନ ଶୈବପୀଠ ଅବହେଳିତ।
ଯେଉଁ ପୂଜକ ନୀତିକାନ୍ତି କରୁଛନ୍ତି ତାଙ୍କ ପାଇଁ କୌଣସି ସୁବିଧା ନାହିଁ। ପର୍ଯ୍ୟଟନ ର ମାନ୍ୟତା ମିଳିଛି ତାହା କେବଳ କାଗଜ କଲମରେ ସୀମିତ ହୋଇ ରହିଛି। ପର୍ଯ୍ୟଟକଙ୍କ ପାଇଁ ଯେଉଁ ସୁବିଧା ଯୋଗାଇ ଦେବା କଥା ତାହା ନ ହେବାରୁ ପର୍ଯ୍ୟଟକଙ୍କ ଆଗମନ ହେଉନାହିଁ। ପ୍ରଶାସନର ବୈମାତୃକ ମନୋଭାବ ଏବଂ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ପାଇଁ ସର୍ବପୁରାତନ ମନ୍ଦିର ଅବହେଳିତ।
ସର୍ବପୁରାତନ ଶୈବ ପୀଠ ପରମହଂସଦେବ ପୀଠର ସମ୍ପତି ଜବର ଦଖଲ କାରୀଙ୍କ ଠୁ ମୁକ୍ତି କରିବା ଏବଂ ଏହି ପୀଠର ସୁରକ୍ଷା ଉନ୍ନତି କରଣ ରାଜ୍ୟ ସରକାର କେବେ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ