ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ସୋମବାର ରାଜ୍ୟରେ ତାତି ଏଭଳି ଜାରି ରହିବ। ପାଖାପାଖି ୧ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଫରକ ରହିବ। ତେବେ ୮ରୁ ରାଜ୍ୟର କାଁ ଭାଁ କିଛି ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତି କମିବ ବୋଲି ଡ. ସାହୁ ଆକଳନ କରିଛନ୍ତି।
ମଙ୍ଗଳବାରରୁ କମିବ ତାତି

ଅର୍ଗସ ବ୍ୟୁରୋ: ମଙ୍ଗଳବାରରୁ କମିବ ଦିନ ତାତି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା କମ ରହିବ। ୭ ଓ ୮ ତାରିଖରେ ଅଦିନିଆ ବର୍ଷା ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ରାଜ୍ୟର ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ। ମଙ୍ଗଳ ଓ ବୁଧବାର ପାଖାପାଖି ୧ ଡିଗ୍ରୀ ସେଲସିୟସ ତାତି କମିବ। ରବିବାର ଭଳି ସୋମବାର ମଧ୍ୟ ରାଜ୍ୟରେ ତାତି ଜାରି ରହିବ। ହେଲେ ୧୧ ପରେ ପୁଣି ତାତି ବଢ଼ିବ ବୋଲି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।
Download Argus News App
