ଭୋଜିରନ୍ଧା କାଠ ନିଆଁ କିମ୍ବା ସିଗାରେଟ୍ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁ ଲିଭା କାର୍ଯ୍ୟରେ ୨ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ଗଛ ପତ୍ରଝଡ଼ା ଦେଉଥିବାରୁ ନିଆଁ ବ୍ୟାପିବା ଆଶଙ୍କା ରହିଛି ।
ଅର୍ଗସ ବ୍ୟୁରୋ: ନନ୍ଦନକାନନ ବଟାନିକାଲ ଗାର୍ଡେନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ପରେ ବଟାନିକାଲ ଗାର୍ଡେନର କେତେକ ମୟୂର ମରି ପଡ଼ିଥିବା ଓ ଅଚେତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ବଟାନିକାଲ ଗାର୍ଡେନର ଶାଗୁଣା ପ୍ରଜନନ କେନ୍ଦ୍ରର ୫୦ ମିଟର ପାଖ ଭୋଜିସ୍ଥଳର ପଛ ଗେଟ୍ ପାଖରେ ନିଆଁ ଲାଗିଛି । ଦିନ ପ୍ରାୟ ୧୨ଟା ସମୟରୁ ଗାର୍ଡେନରେ ନିଆଁ ଲାଗିଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।
ଭୋଜିରନ୍ଧା କାଠ ନିଆଁ କିମ୍ବା ସିଗାରେଟ୍ ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁ ଲିଭା କାର୍ଯ୍ୟରେ ୨ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ଗଛ ପତ୍ରଝଡ଼ା ଦେଉଥିବାରୁ ନିଆଁ ବ୍ୟାପିବା ଆଶଙ୍କା ରହିଛି ।
ନୂଆଦିଲ୍ଲୀ: 4 ରାଜ୍ୟରେ ନିର୍ବାଚନ ଫଳ ଘୋଷଣା ସରିଥିବା ବେଳେ ଆଜି ଆସିବ ମିଜୋରାମର ଫଳ। ୪୦ସିଟ୍ ପାଇଁ ଆଜି ହେବ ଭୋଟ ଗଣତି । ତେବେ ମିଜୋ ନ୍ୟାସନାଲ ଫ୍ରଣ୍ଟ ଓ ଜାରାମ୍ ପିପୁଲ୍ସ ମୁଭମେଣ୍ଟ ମଧ୍ୟରେ ହେବ କଡ଼ା ଟକ୍କର ।
ଏନେଇ ବୁଥ୍ ବାହୁଡ଼ା ମତରୁ ସ୍ଫଷ୍ଟ ହୋଇଛି । ପୂର୍ବରୁ ନିର୍ବାଚନ କମିଶନ ଡିସେମ୍ବର ୩ରେ ଅନ୍ୟ 4 ରାଜ୍ୟ ସହ ମିଜୋରାମ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ । କିନ୍ତୁ ଭୋଟ ଗଣତି ଦିନ ରବିବାର ହୋଇଥିବାରୁ ମିଜୋରାମ ଏନଜିଓ ସଂଯୋଜକ କମିଟି ଦିନକ ପରେ ଭୋଟ ଗଣତି କରିବାକୁ କହିଥିଲେ । ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକେ ଇଷ୍ଟର ପାଳନ କରୁଥିବାରୁ ନିର୍ବାଚନ କମିସନ ମିଜୋରାମ ନିର୍ବାଚନ ଫଳ ଘୋଷଣା ତାରିଖ 3 ବଦଳରେ 4କୁ ଘୁଞ୍ଚାଇ ଦେଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ବାତ୍ୟା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆହ୍ବାନ । ପ୍ରଭାବିତ ହେବାକୁ ଥିବା ରାଜ୍ୟମାନଙ୍କରେ ଯେଉଁ ବି ସରକାର ଥାଉ ନା କାହିଁକି ପ୍ରଶାସନକୁ ସହଯୋଗ କରିବା ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବାକୁ ବିଜେପି କର୍ମୀଙ୍କୁ ଦେଇଛନ୍ତି ଆହ୍ବାନ ।
କହିଛନ୍ତି ବିଜେପି ପାଇଁ ଦଳ ଠାରୁ ଦେଶ ବଡ଼ । ଏହା ହିଁ ଏକ ସମର୍ପିତ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସଂସ୍କାର ବୋଲି ସେ କହିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦେଖି ଉପକୂଳରେ ଥିବା ରାଜ୍ୟ ସରକାରଙ୍କୁ ଲୋକଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବାକୁ କହିବା ସମୟରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଅଧିକ ପଢନ୍ତୁ :ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ମିଗଜୋମ
ଭୁବନେଶ୍ୱର: ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା 'ମିଗଜୋମ' । ଭୀଷଣ ରୂପ ନେଇ ସ୍ଥଳଭାଗ ଛୁଇଁବ । ଆସନ୍ତାକାଲି ଆନ୍ଧ୍ରପ୍ରଦେଶରେ ଲ୍ୟାଣ୍ଡଫଲ୍ କରିବା ଆଶଙ୍କା । ଏହି ସମୟରେ ପବନରେ ବେଗ ଘଣ୍ଟାକୁ ୯୦ରୁ ୧୦୦ କିଲୋମିଟର ରହିବ । ବର୍ତ୍ତମାନ ଏହି ବାତ୍ୟା ପୁଡୁଚେରୀରୁ ପ୍ରାୟ ୨୧୦ ଓ ଚେନ୍ନାଇରୁ ୧୫୦ କିଲୋମିଟର ଦୂରରେ ରହିଛି । ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ଘଣ୍ଟାକୁ ପ୍ରାୟ ୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା 'ମିଗଜୋମ' । କାଲି ମଧ୍ୟାହ୍ନ ସମୟରେ ଆନ୍ଧ୍ରର ନେଲୋର୍ ଓ ମଚ୍ଛଲିପଟ୍ଟନମ ମଧ୍ୟରେ ଲ୍ୟାଣ୍ଡଫଲ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶାରେ ମଧ୍ୟ ରହିବ ବାତ୍ୟାର ପ୍ରଭାବ ।
ଅଧିକ ପଢନ୍ତୁ : `ମିଚାଓଙ୍ଗ୍' ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଖୋଲାହେଲା ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠ
ଆଜିଠୁ ବର୍ଷା ଆରମ୍ଭ ହେବ ଏବଂ ୫ ତାରିଖରେ ପ୍ରବଳ ବର୍ଷିବ । ୭ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବେଶି ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶା । ପବନର ଭୟ ନଥିଲେ ବି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଚାଷ ନଷ୍ଟ ହେବାର ଆଶଙ୍କା ଥିବାରୁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସଚେତନ କରାଇଛି । ଧାର କରଜ କରି ଏକର ଏକର ଜମିରେ ଧାନ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । ସେପଟେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି NDRF ଟିମ୍ । ଓଡ଼ିଶା, ମଧ୍ୟପ୍ରଦେଶ, ତାମିଲନାଡୁ ଓ ପୁଡୁଚେରୀ ପାଇଁ ୧୮ଟି ଟିମ୍ ନିଯୁକ୍ତ କରାଯାଇଛି । ଆଉ ୧୦ଟି ଟିମକୁ ଆଲର୍ଟ ମୋଡରେ ରଖାଯାଇଛି ।