ବିବାହ କରିବେ ନଦୀ କନ୍ୟା...
କଳାହାଣ୍ଡି: ଘରେ ନିଆଁ ଲାଗି ଯୁବତୀ ଜୀବନ୍ତ ଦଗ୍ଧ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖପ୍ରାମାଲ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର କାମେଶ୍ୱର କାନ୍ଦପାଳଙ୍କ ଘରେ ନିଆଁ ଲାଗି ଝିଅ ଟ୍ଵିଙ୍କଲ କାନ୍ଦପାଳଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
କୋକସରା ଅଗ୍ନିବିଭାଗ ଖବର ପାଇ ଘଟଣା ସ୍ଥଳକୁ ଆସିବା ପୂର୍ବରୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଗ୍ଲାସ ଲିକେଜରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । କୋକସରା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।