ବିଏସଏଫ୍ ଯବାନଙ୍କ ହତ୍ୟା ଘଟଣାରେ ଏନ୍ଆଇଏ ପକ୍ଷରୁ ମାମଲା ରୁଜୁ ପରେ ଚାଣ୍ଟିକୁ ଖୋଜୁଥିଲା ଏନ୍ଆଇଏ । ଚାଣ୍ଟି ନାଁରେ ଥିଲା ୩ ଲକ୍ଷ ଟଙ୍କାର ପୁରସ୍କାର । ଅବିଭକ୍ତ କୋରାପୁଟରେ ଆତଙ୍କ ସୃଷ୍ଟି କରୁଥିବା ହାର୍ଡକୋର ମାଓବାଦୀଙ୍କୁ ଧରିବାକୁ ଗତ 20 ତାରିଖରେ କୋରାପୁଟ ବସଷ୍ଟାଣ୍ଡରେ ଲାଗିଥିଲା ଏକାଧିକ ପୋଷ୍ଟର । ମାତ୍ର କିଛି ଦିନ ପରେ ଏନଆଇଏ କବ୍ଜାରେ କୁଖ୍ୟାତ ନକ୍ସଲ ଚାଣ୍ଟି ।
ଗତ ଦଶନ୍ଦିରେ କ୍ରମାଗତ କମିଛି ନକ୍ସଲ କାର୍ଯ୍ୟକଳାପ । ମାଓ ପ୍ରଭାବିତ ଅଂଚଳରେ ବିକାଶମୂଳକ କାର୍ଯ୍ୟ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ଆଗ୍ରହ ଦେଖାଉଛନ୍ତି ନକ୍ସଲ । ୨୦୦୯ ମସିହାରେ ଯେତେବେଳେ କଂଗ୍ରେସ ସରକାର କ୍ଷମତାରେ ଥିଲା ଦେଶରେ ନକ୍ସଲ ଘଟଣା ୨,୨୫୮ ରହିଥିଲା କିନ୍ତୁ ୨୦୨୧ରେ ଏହି ସଂଖ୍ୟା ୫୦୯କୁ ଖସି ଆସିଛି । ରାଜ୍ୟରେ ବିଏସଏଫ୍ ଯୋଗୁଁ ଭାଙ୍ଗୁଛି ଲାଲ ଦୁର୍ଗ । ପୂର୍ବରୁ ମାଓଗଡ କୁହାଯାଉଥିବା ମାଲକାନଗିରିରେ ସିମାନ୍ତବର୍ତ୍ତୀ ଯନ୍ତ୍ରୀ, ପଣସପୁଟ, ରାଲେଗଡ଼ା, ପାପରମେଟଲା, ଧୂଳିପୁଟ, ପଂଚାୟତରେ ମାଓ ଗତିବିଧି କମିଛି । ମାଲକାନଗିରି ପୂର୍ବରୁ ନବରଙ୍ଗପୁର ସିଆରପିଏଫ, ଏସଓଜି, ଏବଂ ଡିଭିଏଫର ମିଳିତ କୁମ୍ବିଂ ବେଳେ ହାର୍ଡକୋର ମହିଳା ମାଓବାଦୀ ପୂଜା ମାଣ୍ଡଭି ଓ ମିଲିସିଆ ସୁମୁଦ୍ର ବାଘଙ୍କୁ ଗିରଫ ହୋଇଛନ୍ତି ।