ଅଧିକ ପଢନ୍ତୁ : ଟ୍ୟୁସନ୍ ସାରି ଫେରୁଥିବାବେଳେ ଛାତ୍ରୀଙ୍କୁ ଅପହରଣ
ଏହାର ଜବାବରେ ମନିକା କହିଥିଲେ ,ମୁଁ ମାଳପୁରା ଗାଁକୁ ଯିବି । ଏହା ଶୁଣି ଡ୍ରାଇଭର ଜଣଙ୍କ ମାଳପୁରା ଆଗକୁ ଅର୍ଥାତ ବାଇସିଙ୍ଗା ଯିବି ବୋଲି କହିଥିଲେ । ତେଣୁ ତୁମେ ମୋ ଅଟୋରେ ବସ ,ମୁ ତୁମକୁ ତୁମ ଗାଁରେ ଛାଡି ଦେବି । ଯାହାକୁ ବିଶ୍ଵାସ କରି ମନିକା ଅଟୋ ଭିତରେ ବସିଥିଲେ । ଆଉ ଅଟୋଟି ଠିକ୍ କିଛି ଦୂରତା ଅତିକ୍ରମ କରିଛି ,ହଠାତ ଦୁଇ ଜଣ ଯୁବକ ଅଟୋ ଭିତରେ ବସିଲେ ,ଆଉ ମହିଳା ଜଣଙ୍କର ପାଟିକୁ ଚାପି ଧରିଥିଲେ । ସେଠାରୁ ତାଙ୍କୁ କିଛି ଦୂରକୁ ନେଇଯାଇଥିଲେ ଦୁର୍ବୁତ୍ତ ମାନେ । ପ୍ରଥମେ ମହିଳା ଜଣକଙ୍କୁ ମାଡ଼ ମାରିଥିଲେ,ପରେ ନିଶା ଦେଇ ତାଙ୍କୁ ନୂତନ ରେଲୱେ ସାଇଡ ପାଖରେ ଫୋପାଡ଼ି ଦେଇଥିଲେ । ଯାହା ମନିକା ଅଭିଯୋଗ କରୁଛନ୍ତି ଯେ, ତାଙ୍କ ଠାରୁ ୨୫ ହଜାର ଟଙ୍କାକୁ ମଧ୍ୟ ଲୁଟି ନେଇଛନ୍ତି । ଏ ନେଇ ଚେତା ଆସିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଢେଙ୍କାନାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଛାତି, ବେକ ଓ ପିଠିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଯାହାକୁ ନେଇ କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ତନାଘନା ଆରମ୍ଭ କରିଛି କାମାକ୍ଷାନଗର ପୋଲିସ ।