ଭୁବନେଶ୍ୱର : ରାଜ୍ୟରେ କୋରୋନା ସ୍ଥିତି ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା । ଛତିଶଗଡ଼ରୁ ଆସୁଥିବା ଲୋକଙ୍କ ହେଉଛି ଟେଷ୍ଟିଂ ଓ ଟ୍ରେସିଂ । ସୀମାବର୍ତ୍ତୀ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଆଲର୍ଟ ଅଛନ୍ତି ।
ରାଜ୍ୟରେ କୋଭିସିଲ୍ଡ ଟିକା ୬ ଲକ୍ଷ ଅଛି । ଅଧିକ ଟିକା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି । କୋଭାକ୍ସିନ ଟିକା ମହଜୁଦ ଅଛି । ୧ କୋଟି ୧୬ ଲକ୍ଷ ଲୋକଙ୍କୁ ଟିକାକରଣ ଟାର୍ଗେଟ ରହିଛି । ୩୩ ଲକ୍ଷ ୪ ହଜାର ୭୩୨ ଜଣଙ୍କୁ ଟିକା ଦିଆଯାଇଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେବାକୁ । ଯେଉଁ ସୀମାନ୍ତ ବର୍ତ୍ତି ଜିଲ୍ଲା ଗୁଡିକରେ ସଂକ୍ରମଣ ବଢୁଛି ସେଠି ଟୀକା କରଣକୁ ତ୍ୱରାନ୍ୱିତ କରିବାକୁ ସିଡ଼ିଏମଓ ଏବଂ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି । ଯେଉଁଠି ସଂକ୍ରମଣ ସଂଖ୍ୟା ବଢ଼ୁଛି ସେଠିକାର ଭନରେବୁଲ ଗ୍ରୁପକୁ ଅଧିକ ଫୋକସ କରିବା ପାଇଁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ସମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟ କର୍ମୀ ଫେସ ରେଜିଷ୍ଟ୍ରେସନ ହୋଇ ପାରୁନି ।