ଭୁବନେଶ୍ୱର: ବ୍ରହ୍ମପୁର ମେଡିକାଲରେ କୋଭିଡ ପରୀକ୍ଷା ପାଇଁ ଆଇସିଏମଆର ଅନୁମୋଦନ ମିଳିଛି । ମୁମ୍ବାଇରୁ ଏକ କାର୍ଗୋ ବିମାନରେ 4000 ପରୀକ୍ଷଣ କିଟ୍ ଭୁବନେଶ୍ୱରରେ ପହଞ୍ଚିଛି । ସେପଟେ ଫ୍ଲୁ ପରି ଲକ୍ଷଣ ପ୍ରକାଶ ପାଇଲେ 17ଟି ମେଡିକାଲକୁ ଯିବା ପାଇଁ ସୂଚନା ଦିଆଯାଇଛି । ଆମ୍ରି, ସନସାଇନ, ସ୍ପର୍ଶ, ଆଦିତ୍ୟ, ମା ଶକ୍ତି, ପଦ୍ମା, ବିଏମଆରଆଇ, ପଣ୍ଡା ନର୍ସିଂ ହୋମ ସମେତ କ୍ୟାପିଟାଲ ହ୍ସପିଟାଲ ଭଳି 17ଟି ମେଡିକାଲରେ ଏହାର ଟେଷ୍ଠି ପାଇଁ ବ୍ୟବସ୍ଥା କରାଯାଇଛି । କୋଭିଡ -19 ପାଇଁ ଘରୋଇ ଶିକ୍ଷାନୁଷ୍ଠାନକୁ ଫି ଛାଡ଼ ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟର ସବୁ ପଞ୍ଚାୟତରେ 331859 ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ବ୍ଲକରେ ମଧ୍ୟ ବ୍ୟବସ୍ଥା କରାଯାଇଛି । କୋଭିଡ-19 ନିୟମ ଉଲ୍ଲଂଘନ କରି 24 ଘଣ୍ଟାରେ 213 ଟି ମାମଲା ଦାୟର କରାଯାଇଛି । 205ଟି ଲକ୍ ଡାଉନ ନିୟମ ଭାଙ୍ଗିବା ପାଇଁ ହୋଇଛି । ଗୁଜବ ପ୍ରଚାର ପାଇଁ 63 ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କୋଭିଡ 19 ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ଯେକୌଣସି ରୋଗରେ ଆକ୍ରାନ୍ତ ହେଲେ ଟେଷ୍ଟର ଜରୁରୀ ଅଛି । କୋଭିଡ-19 ପାଇଁ ଔଷଧ ନାହିଁ । କେବଳ ଟେଷ୍ଟିଂ ବାହାରିଛି । ଏହି ଟେଷ୍ଟିଂ ପାଇଁ ସରଞ୍ଜାମ ଆବଶ୍ୟକ ବୋଲି କହିଛନ୍ତି ବାଗଚୀ ।
ଅନ୍ୟପଟେ କୋଭିଡ-19ର ପରୀକ୍ଷାକୁ ନେଇ ସଞ୍ଜୟ ସିଂ ଦେଇଥିବା ତଥ୍ୟ ଅନୁସାରେ ଦେଶରେ 144910 ଟେଷ୍ଟିଂ ହୋଇଛି । 6412 ଟି ପଜିଟିଭ୍ ବାହାରିଛି ଯାହାର ହାର 4.42 ପ୍ରତିଶତ ରହିଛି । ଓଡ଼ିଶାରେ ପଜିଟିଭ୍ ହାର 1.47 ପ୍ରତିଶତ ରହିଛି ବୋଲି କହିଛନ୍ତି ସଞ୍ଜୟ ସିଂହ ।
ଗୁଜୁରାଟ ଓ ବିହାରରେ ଓଡ଼ିଶାଠୁ ଅଧିକ ନମୂନା ପରୀକ୍ଷା କରାଯାଇଛି । ଲ୍ୟାବ ଅଧିକ ହେଲେ ଟେଷ୍ଟିଂ ଅଧିକ ହେବା ଜରୁରୀ ନୁହେଁ । ପ୍ରଥମ ଟେଷ୍ଟ ଲ୍ୟାବ ଆରଏମଆରସିରେ 100 ଟେଷ୍ଟିଂ କ୍ଷମତା ଥିଲା । 5 ମାର୍ଚ୍ଚରେ 100 ଟେଷ୍ଟିଂ କ୍ଷମତା ଥିଲା ବେଳେ 16 ମାର୍ଚ୍ଚରେ 350 ଟେଷ୍ଟ କରିବା ପାଇଁ ବ୍ୟବସ୍ଥା କରାଗଲା । ଏହାର କ୍ଷମତା 1000କୁ ବୃଦ୍ଧି ପାଇଁ କାର୍ଯ୍ୟ ଚାଲିଛି । ଆଜିଠୁ ଏହା କାର୍ଯ୍ୟକ୍ଷମ ହୋଇଛି ।
ଏମ୍ସରେ, ଏସସିବିରେ 16 ମାର୍ଚ୍ଚରେ ଟେଷ୍ଟିଂ କ୍ଷମାତା 450 । ଆରଏମଆରସିର କ୍ଷମତା ବୃଦ୍ଧି ପାଇବା ପରେ 1125ରେ ପହଞ୍ଚିଛି ଟେଷ୍ଟିଂ । ଏମକେସିଜି ବ୍ରହ୍ମପୁର ପାଇଁ ଆପ୍ରୋଭାଲ ମିଳିଛି । ସେଠାରେ 25 ଟେଷ୍ଟ ହେବ । ବୁର୍ଲାରେ 25ଟି ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି । ଲକ୍ଷେ ରାପିଡ ଟେଷ୍ଟର ବ୍ୟବସ୍ଥା କରାଯାଇଥିବେ ନେଇ ମଧ୍ୟ ସୂଚନା ଦେଇଛନ୍ତି ସଚିବ ସଞ୍ଜୟ ସିଂହ ।
