ଗାଁ ଗାଁ ରେ ସର୍ଭେ ହେଲାଣି, ଚିହ୍ନଟ ଶୀଘ୍ର ହେବ ଲକଡାଉନ ବି କାମ ଦେବ । ଘରେ ଟେଷ୍ଟିଂ ପାଇଁ ଆଇସିଏମଆର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ବହୁତ ଭଲ ପଦକ୍ଷେପ । ଟେଷ୍ଟିଂ କଲାପରେ ଗର୍ମେଣ୍ଟ ପୋର୍ଟାଲରେ ଅପଲୋଡ଼ କଲେ ସଂଖ୍ୟା ଜଣା ପଡ଼ିବ ବୋଲି ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।
ଏପଟେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ଓଡିଶାରେ ଏବେ 15 ରୁ 20, 21 ଭିତରେ ମୃତ୍ୟୁ ସଂଖ୍ୟା ରହୁଛି । ପିଜିଟିଭ କେସ ବି କିଛି ଟା କମିଛି । ତେବେ କୋରନାର କିଛି ନୂଆ ଷ୍ଟ୍ରେନ ଏବେ ଆସିଛି । ଏହି ଷ୍ଟ୍ରେନ ପୂର୍ବ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ । ଆଗରୁ ବୟସ୍କ ଲୋକଙ୍କୁ ବେଶି ପ୍ରଭାବିତ କରୁଥିଲା ଏବେ ଏହା ଯୁବ ଗୋଷ୍ଠୀଙ୍କୁ ଅଧିକ ପ୍ରଭାବିତ କରୁଛି । ଶିଶୁଠୁ ନେଇ ମଧ୍ୟ ବୟସ୍କ ଲୋକ ଏଥିରେ ବି ପ୍ରଭାବିତ ହେଉଛନ୍ତି ।
ଯୁବ ଗୋଷ୍ଠୀ ଯେଉଁମାନେ ଅଧିକ ବୁଲାବୁଲି କରୁଛନ୍ତି ସେମାନଙ୍କ ପାଇଁ ଟିକିଏ ଅଧିକ ବିପଦ ରହୁଛି । ପୂର୍ବ ଅପେକ୍ଷା ସଂକ୍ରମଣର ଚରିତ୍ର ବଦଳିଥିବାରୁ ବିଶେଷ କରି ଯୁବ ବର୍ଗ ଅଧିକ ସାବଧାନ ରହିବା ଉଚିତ ।
ମୃତ୍ୟୁହାର ବର୍ତ୍ତମାନ ସଂକ୍ରମଣ ମାତ୍ରା, ରୋଗ ପ୍ରତିରୋଧକ ଶକ୍ତି, ସ୍ୱାସ୍ଥ୍ୟ ସେବା ଏସବୁ ଉପରେ ନିର୍ଭର କରୁଛି । ପ୍ରତି ଭାଇରସ ନିଜ ରୂପ ବଦଳାଇଥାଏ । ତେଣୁ ଏଥିରେ ଆତଙ୍କିତ ନ ହୋଇ ସାବଧାନ ରହିବା ହିଁ ସଂକ୍ରମଣଠୁ ଦୁରେଇ ରଖି ପାରିବା ବୋଲି ସେ କହିଛନ୍ତି ।