ଅଧିକ ପଢନ୍ତୁ : ଚିରାଚରିତ ଢଙ୍ଗରେ ନିଜର ଦୋଷ ଦୁର୍ବଳତା ଓ ଅପାରଗତାକୁ କେନ୍ଦ୍ର ଉପରେ ଲଦିବାର ଅପଚେଷ୍ଟା କରୁଛନ୍ତି ରାଜ୍ୟ ସରକାର
ଆଜି ପର୍ଯ୍ୟନ୍ତ ଜୟ ନାରାୟଣ ମିଶ୍ର ଉଠାଇଥିବା ସମସ୍ତ ପ୍ରଶ୍ନରୁ କୌଣସି ଗୋଟିଏ ବି ପ୍ରଶ୍ନର ଉତର ବିଜୁ ଜନତା ଦଳ ଦେଇପାରି ନାହିଁ । ବଂର ବିଜୁ ଜନତା ଦଳର କୁହାଳିଆ ମୁଖପାତ୍ରମାନେ ବାଉଳା ଚାଉଳା ହୋଇ ନିଜର ମାନସିକ ଦେବାଳିଆକୁ ଗଣମାଧ୍ୟମ ଆଗରେ ପ୍ରକାଶ କରୁଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି ।
ଅଣଓଡିଆଙ୍କ ହାତକୁ ଶାସନ କ୍ଷମତା ଟେକି ଦେଇଥିବା ବିଜେଡି ନେତାମାନେ ଓଡିଶାର ଅସ୍ମିତା ପ୍ରସଙ୍ଗରେ କିଛି କହିବାର ଅଧିକାର ହରାଇଛନ୍ତି । ଓଡିଆ ଓ ଓଡିଶାର ସ୍ୱାର୍ଥ ପାଇଁ ଲଢେଇ କରୁଥିବା ଜୟ ନାରାୟଣ ମିଶ୍ରଙ୍କୁ ବିଜେଡିର ସାର୍ଟିଫିକେଟର ଆବଶ୍ୟକତା ନାହିଁ । ଆଜି ସମସ୍ତ ଓଡିଆଙ୍କ ପାଇଁ ଆଶାର ଆଲୋକ ସାଜିଥିବା ଶ୍ରୀ ମିଶ୍ରଙ୍କୁ ସାର୍ଟିଫିକେଟ ଦେବାର ଅଧିକାର କେବଳ ଓଡିଶାବାସୀଙ୍କର ରହିଛି । ସାଢେ ଚାରି କୋଟି ଓଡିଆଙ୍କୁ ନିଜର ଜାଗିର ବୋଲି ବିଜେଡି ଭାବିବା ଉଚିତ୍ ନୁହେଁ ବୋଲି ଶ୍ରୀ ଦାସ କହିଛନ୍ତି ।
ରାଜ୍ୟ ଶାସନ କିଏ ଚଲାଉଛି ? ୨୦୨୧ ତୁଳନାରେ ୨୦୨୨ରେ ୧୪.୬୫ ପ୍ରତିଶତ ଧର୍ତବ୍ୟ ଅପରାଧ ବୃଦ୍ଧି ପାଇଛି । ଗତ ୧୦ ବର୍ଷରେ କ୍ରାଇମବ୍ରାଂଚ ଦ୍ୱାରା ୨୨୫ଟି ମାମଲାରୁ ମାତ୍ର ୧୦ଟି ମାମଲାରେ ଦୋଷୀଙ୍କୁ ଦଣ୍ଡ ମିଳିଛି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୫୩ ଦିନ ପରେ ମଧ୍ୟ କାରଣ ସଂପର୍କରେ ପୋଲିସ ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖିବାର କାରଣ କଣ ? ଓଡିଶାରେ ଲଲେସନେସ୍ ସ୍ଥିତି ଉପୁଜି ନାହିଁକି ? ୨୦୧୯-୨୨ ଭିତରେ ବିଦେଶୀ ପୁଂଜିନିବେଶରେ ଦେଶକୁ ଆସିଥିବା ୧୩ ଲକ୍ଷ ୪୨ ହଜାର କୋଟିରୁ ମାତ୍ର ୦.୮ ପ୍ରତିଶତ ପୁଂଜି ଓଡିଶାକୁ ଆସିଛି । ଏହା କଣ ମେକ୍ ଇନ୍ ଓଡିଶାର ବିଫଳତା ନୁହେଁ କି ? ଏଭଳି ପ୍ରଶ୍ନର ଜବାବ୍ ମାଗୁଥିବା ବିରୋଧୀ ଦଳ ନେତାଙ୍କୁ ଓଡିଶା ବିରୋଧୀ ବୋଲି କହିବା ରୁଗ୍ଣ ମାନସିକତାର ପରିଚୟ ବୋଲି ଶ୍ରୀ ଦାସ କହିଛନ୍ତି ।