ଏହି କାର୍ଯ୍ୟକ୍ରମର ଯୋଗଦେବା ପାଇଁ ପଶ୍ଚିମ ଓଡିଶାରୁ କଳାକାର ଯୋଗଦେଇଛନ୍ତି । ସମ୍ବଲପୁରୀ ନାଚ ଗୀତରେ କମ୍ପି ଉଠିଛି ପୁରା ପରିବେଶ। ପ୍ରଥମେ ଇଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମଧ୍ୟପ୍ରଦେଶ ଭୋପାଳ ଠାରେ ବେଶ ଧୁମଧାମରେ ପାଳନ କରାଯାଉଛି ୧୦ମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ସମ୍ବଲପୁରୀ ପରିବାର ଭୋପାଳ ପକ୍ଷରୁ ଆୟୋଜିତ ହେଉଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ରାଜ୍ୟ ବାହାରେ ଅଛନ୍ତି ହେଲେ ନିଜର କଳା ସଂସ୍କୃତି ଭୁଲିନାହାନ୍ତି ସେଠାରେ ବସବାସ କରୁଥିବା ପଶ୍ଟିମ ଓଡିଶାବାସୀ।
ଏହି କାର୍ଯ୍ୟକ୍ରମର ଯୋଗଦେବା ପାଇଁ ପଶ୍ଚିମ ଓଡିଶାରୁ କଳାକାର ଯୋଗଦେଇଛନ୍ତି । ସମ୍ବଲପୁରୀ ନାଚ ଗୀତରେ କମ୍ପି ଉଠିଛି ପୁରା ପରିବେଶ। ପ୍ରଥମେ ଇଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ଥର ପାଇଁ ଶହ ଶହ କୋଟିର ନଗଦ କ୍ୟାସ ଜବତ। ମଦ ବେପାରୀଙ୍କ ଘରୁ ବଣ୍ଡଲ ବଣ୍ଡଲ ଟଙ୍କା। ଏତେ ଟଙ୍କା ଯେ ହାତରେ ଗଣିବା ସମ୍ୱଭବ ହେଲାନାହିଁ । ମେସିନରେ ଗଣାହେଲା । ଏସବୁ ଟଙ୍କା ମଦ ବେପାରୀ ଧୀରଜ ସାହୁ, ସଂଜୟ ସାହୁ, ଦୀପକ ସାହୁ, ରାଜେଶ ସାହୁଙ୍କର ବୋଲି ଅଭିଯୋଗ ହୋଇଛି। ବିଦେଶୀ ଓ ଦେଶୀ ମଦ କାରବାରରୁ କଳାଧନ ଅର୍ଜନ କରି ଟିକସ ଫାଙ୍କିଛନ୍ତି ସାହୁ ଆଣ୍ଡ କୋ । ଏମାନଙ୍କ ଭିତରୁ ଧୀରଜ ସାହୁ ହେଉଛନ୍ତି ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସଦସ୍ୟ । ସାଂସଦ ଧୀରଜ ସାହୁଙ୍କ ମଦ ଫ୍ୟାକ୍ଟ୍ରି ସହ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଓ ରାଣୀସତୀ ଗ୍ରୁପ୍ ଅଫ୍ କମ୍ପାନୀରେ ଚଢ଼ାଉ କରିଛି ଆୟକର ବିଭାଗ। ଓଡ଼ିଶା, କୋଲକାତା ଓ ଝାଡ଼ଖଣ୍ଡର 25ଟି ସ୍ଥାନରେ ହୋଇଛି ଏକକାଳୀନ ଚଢ଼ାଉ । କମ୍ପାନୀର ଏକାଧିକ ଡାଇରେକ୍ଟର ଓ ଏମଡିଙ୍କ ଘରେ ମଧ୍ୟ ରେଡ ହୋଇଛି ।
ଓଡ଼ିଶାର ବଲାଙ୍ଗିର, ଭୁବନେଶ୍ବର, ସମ୍ବଲପୁର, ସୁନ୍ଦରଗଡ଼, ରାଉରକେଲାରେ ହୋଇଛି ଆଇଟି ରେଡ୍। କେବଳ ବଲାଙ୍ଗିରରୁ ଧୀରଜ ସାହୁଙ୍କ ମଦଭାଟି ଓ ଭାଟି ମ୍ୟାନେଜର ଅଫିସରୁ ଜବତ ହୋଇଛି 2 ଶହ କୋଟିରୁ ଅଧିକ ଟଙ୍କା। ସମ୍ବଲପୁରରୁ ବି ରେଡ ବେଳୁ ମିଳିଛି ବେଆଇନ ଟଙ୍କା । ସମ୍ବଲପୁର କ୍ଷେତରାଜପୁର ଥାନା ବଡବଜାର ଦେଶୀ ମଦ ଭାଟିରେ ମଧ୍ୟ ଆୟକର ବିଭାଗ ଚଢାଉ କରିଛି । ସେହିପରି ଧନୁପାଲି ଥାନା ଅଞ୍ଚଳର ଏକ ଦେଶୀ ମଦ ଭାଟିରେ ମଧ୍ୟ ଚଢାଉ କରାଯାଇଛି । ଭୁବନେଶ୍ବରରେ ବି ହୋଇଛି ଆଇଟି ରେଡ୍। ୟା ଭିତରେ ବେଶୀ ଚର୍ଚ୍ଚାରେ ଅଛି ଟିଟଲାଗଡ଼। ଟିଟଲାଗଡ଼ରେ ମଦ ବେପାରୀ ସାହୁ ବ୍ରଦର୍ସଙ୍କ ରହିଛି ଘରୋଇ ସ୍କୁଲ । ମଦ ବେପାରରେ ଏମାନଙ୍କ ଏକଚାଟିଆ ଅଧିକାରୀ। ସରକାରୀ ପ୍ରୋତ୍ସାହନରେ ଚଲାଇଥିଲେ ସାମ୍ରାଜ୍ୟ। ଯାହାକୁ ନେଇ ସନ୍ଦେହ ଘେରରେ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ । Sh's ଭୁବନେଶ୍ବରରେ ଆୟକର ବିଭାଗର ଡାଇରେକ୍ଟର ଜେନେରାଲ ସଞ୍ଜୟ ବାହାଦୂର । ରାଜ୍ୟରେ ଚାଲିଥିବା ବଡ଼ ଧରଣର ରେଡ୍କୁ ନେଇ ତର୍ଜମା କରିଛନ୍ତି ।
ସେପଟେ ସୁନ୍ଦଗରଗଡ଼ ଓ ରାଉରଲେକାରେ ମଧ୍ୟରେ ଆଇଟି ରେଡ୍। ମଦ ବେପାରୀ ରାଜ କିଶୋର ଜସୱାଲ ଓ ରାଉରକେଲାର କାମେଶ୍ବର ତିୱାରୀଙ୍କ ଘର ସହ ଅଫିସରେ ବୁଧବାରଠାରୁ ଆଇଟି ରେଡ୍ ଚାଲିଛି । ମଦ ବେପାରୀଙ୍କ ସହ ବିଜେଡି ନେତା ଯୋଗେଶ ସିଂହଙ୍କ ସଂପର୍କ ଅଭିଯୋଗ ଆଣିଛନ୍ତି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ। ରାଜ୍ୟରେ ମଦର ବନ୍ୟା କରି ଲୋକଙ୍କ ଜୀବନ ଉଜାଡୁଛନ୍ତି ସରକାର, ଲୋକଙ୍କ ଟିକସରେ ମାଲେମାଲ୍ ହେଉଛନ୍ତି ବେପାରୀ, ସରକାରୀ ପୃଷ୍ଠପୋଷକତାରେ ଓଡ଼ିଶାରେ ଚାଲିଥିଲା କି ବେଆଇନ ମଦ କାରବାର, ବିଜେଡିକୁ ଫଣ୍ଡିଂ କରୁଥିଲେ କି ସାହୁ ବ୍ରଦର୍ସ, ଶହ ଶହ କୋଟି ଟଙ୍କା ଆସିଲା କେଉଁଠାରୁ, ନୌକର ସାହାଙ୍କ ନିର୍ଦ୍ଦେଶରେ ମଦ ବେପାରୀଙ୍କୁ ଦିଆଯାଉଥିଲା କି ସୁରକ୍ଷା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଞ୍ଚଳ ତଥା ଅଞ୍ଚଳ ବାହାରୁ ବହୁ ଲୋକେ ଆସିଥାନ୍ତି , କିନ୍ତୁ ଡାକ୍ତର ଖାନା ରେ ଉଚିତ ସେବା ନପାଇବାର କାରଣ ଏଠାରେ ଉପଯୁକ୍ତ ଡାକ୍ତର ଓ ଅନ୍ୟାନ୍ୟ ବିଭାଗ ର ବହୁ ପଦବୀ ଖାଲି ପଡ଼ିବା , ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସମେତ ଭେଷଜ, ସର୍ଜରୀ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି । ଏମ୍ ବି ବି ଏସ୍ ଡାକ୍ତର ଓ ପରିଚାଳକ ଅଧିକାରୀ ପଦବୀ ମଧ୍ୟ ଖାଲି ରହିଛି । ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ୧୧ ଜଣ ଡାକ୍ତର ଓ ନିକଟସ୍ଥ ଯାମୁକେଶ୍ୱର ସି ଏଚ୍ ସି ପାଇଁ ୧୦ ଜଣ ଡାକ୍ତର ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗ ନିୟମ କରିଥିଲେ ସୁଦ୍ଧା ଯଶିପୁର ରେ ମାତ୍ର ୪ ଜଣ ନିୟମିତ ଡାକ୍ତର ରହିଥିବା ବେଳେ ଯାମୁକେଶ୍ୱର ସିଏଚସି ମାତ୍ର ଜଣେ ନିୟମିତ ଡାକ୍ତର ଅଛନ୍ତି।
ଯଶିପୁର ଅଞ୍ଚଳରେ ୨୬ ଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ମଧ୍ୟରୁ ୨୨ ଟି ଆରୋଗ୍ୟ କେନ୍ଦ୍ର ରେ ରୂପାନ୍ତରିତ ହୋଇଛି । ହେଲେ ଡାକ୍ତର, ନର୍ସ ଅଭାବରୁ ସେସବୁ ଉପକେନ୍ଦ୍ର ବନ୍ଦ ଅବସ୍ଥାରେ ରହିଛି । ଯଶିପୁର ଦେଇ ଜାତୀୟ ରାଜପଥ ଲମ୍ବିଥିବାରୁ ଅଧିକାଂଶ ସମୟରେ ଦୂର୍ଘଟଣା ଘଟିଥାଏ । ତତସହିତ ଯଶିପୁର ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ଗରିବ ରୋଗୀ ଯଶିପୁର ଉପରେ ନିର୍ଭର କରିଥାନ୍ତି ଏଣୁ ଯଶିପୁର ସିଏଚସି ପାଇଁ ଆନେସ୍ଥେସିଆ ଓ ସିଜରିଆନ୍ ର ଆବଶ୍ୟକ ହୁଏ । ହେଲେ ବିଶେଷଜ୍ଞ ଡାକ୍ତର ନ ଥିବାରୁ ହୋଇପାରେ ନାହିଁ । ତେବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ରେ ସରକାରଙ୍କ କେବେ ଶୁଭ ଦୃଷ୍ଟି ପଡୁଛି ଓ ଅଞ୍ଚଳ ବାସୀ ଉପକୃତ ହୋଇପାରିବେ ତାହାକୁ ହିଁ ଦେଖିବାକୁ ବାକି ରହିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ନାମ ବାବୁଲା ଭତରା , ବୟସ ୮ ବର୍ଷ , ଜନ୍ମ ରୁ ଭିନ୍ନକ୍ଷମ , ପିତା ମାତା ଦିନ ମଜୁରିଆ , କୁଲି ମଜୁରୀ କଲେ ପରିବାର ପ୍ରତିପୋଷଣ ହୁଏ । ଏମିତିରେ ପୁଅ ଭିନ୍ନକ୍ଷମ ଥିବାରୁ ପରିବାର ଲୋକେ ଚିନ୍ତା ରେ , ବାରମ୍ବାର ୱାର୍ଡ ମେମ୍ବର , ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଦିବ୍ୟାଙ୍ଗ ଭତ୍ତା ପାଇଁ ଆବେଦନ ଉପରେ ଆବେଦନ କରିଥିଲେ ମଧ୍ୟ ୮ ବର୍ଷ ହେଇଗଲା ମିଳୁନି ଭତ୍ତା । ଠିକ୍ ସେ କଥା କହିପାରୁନି ବାବୁଲା , ମାଟି ରେ ଘୋଷାଡି ଘୋଷାଡି ବୁଲୁଥିବା ବେଳେ କେମିତି କାହାର ଦୃଷ୍ଟି ପଡୁନି ଦିବ୍ୟାଙ୍ଗ ଶିଶୁ ଉପରେ ତାହା ବଡ ପ୍ରଶ୍ନ । ।
ଜିଲ୍ଲାରେ ଏମିତି ଅନେକ ଭିନ୍ନକ୍ଷମ ଅଛନ୍ତି ଆଜିବି ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି । ବାବୁଲା ଙ୍କ ପିତା ଙ୍କୁ ଆବାସ ଗୃହ ସ୍ଵପ୍ନ ପାଲଟିଛି । ବାରମ୍ବାର ଲିଖିତ ଅନୁରୋଧ କରିବା ପରେ ମଧ୍ୟ ଘର ଖଣ୍ଡେ ପାଇବାରୁ ବଞ୍ଚିତ , ଚାଳଛପର ଘରେ ଦିନ କରୁଛନ୍ତି । ଆବାସ ଗୃହ ପାଇଁ ବାରମ୍ବାର ବ୍ଲକ ଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟ ରେ ଗୁହାରି କରିଥିଲେ ମଧ୍ୟ ମିଳୁ ନାହିଁ ଗୃହ । ଏହି ଖବର ପ୍ରସାରଣ ପରେ ଦିବ୍ୟାଙ୍ଗ ବାବୁଲା ଙ୍କୁ ଓ ତାଙ୍କ ପରିବାରକୁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କି ପ୍ରକାର ସହାୟତା ଯୋଗାଇଦେବେ ତାକୁ ଦେଖିବାକୁ ବାକି ରହିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: