ପ୍ରଥମ ଦିନରେ ଓଡ଼ିଶାର ବିଶିଷ୍ଟ ନୃତ୍ୟାଙ୍ଗନା ଡା. ଶୁଭଶ୍ରୀ ପଟ୍ଟନାୟକ କୁନ୍ତୀ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା । ମହାଭାରତରେ ବର୍ଣ୍ଣିତ ପାଣ୍ଡବଙ୍କ ମାତା ଥିଲେ କୁନ୍ତି, ଯେକି ପଂଚକନ୍ୟାଙ୍କ ମଧ୍ୟରୁ ଥିଲେ ଅନ୍ୟତମ । କୁନ୍ତିଙ୍କ ସେବାରେ ସନ୍ତୁଷ୍ଟ ହୋଇ ଦୁର୍ବାଶାଋଷି ତାଙ୍କୁ ଏକ ମନ୍ତ୍ର ପ୍ରଦାନ କରିଥିଲେ । ଏହି ବିଷୟବସ୍ତୁକୁ ନିଜର ଲାଳିତ୍ୟ ଅଙ୍ଗଭଙ୍ଗୀ ଓ ଆକର୍ଷଣୀୟ ମୁଖାଭିନୟ ସହିତ ବେଶ ଚମତ୍କାର ଭାବେ ପରିବେଷଣ କରିଥିଲେ ଡା. ଶୁଭଶ୍ରୀ ପଟ୍ଟନାୟକ । ଏହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଦୁର୍ଗାଚରଣ ରଣବୀର।
ଆରମ୍ଭ ହୋଇଛି ନୃତ୍ୟଧାମ ପକ୍ଷରୁ ୬ଷ୍ଠ ତମ ସର୍ବ ଭାରତୀୟ ନୃତ୍ୟ ପର୍ବ

ଭୁବନେଶ୍ୱର: ଆରମ୍ଭ ହୋଇଛି ନୃତ୍ୟଧାମ ପକ୍ଷରୁ ୬ଷ୍ଠ ତମ ସର୍ବ ଭାରତୀୟ ନୃତ୍ୟ ପର୍ବ । ଚଳିତବର୍ଷ ନୃତ୍ୟଧାମ ସମ୍ମାନରେ ସମ୍ମାନିତ ହୋଇଛନ୍ତି ପଦ୍ମଶ୍ରୀ କୁମ୍ କୁମ୍ ମହାନ୍ତି। ଦୁଇଦିନ ଧରି ଚାଲିବ ଏହି ନୃତ୍ୟ ପର୍ବ।ଉଦ୍ଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ।ଏଥିସହ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଗୁରୁ ଦୁର୍ଗାଚରଣ ରଣବୀର, ଗୁରୁ ଡା. ସଂଗୀତା ଗୋସାଇଁ ଓ ଗୁରୁ ଡା. ଗଜେନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ ।
Download Argus News App
