We care we dare ଲକ୍ଷ ସହ ଅପରାଧ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା କ୍ଷେତ୍ରରେ ଦକ୍ଷତାର ସହ କାମ କରିବାକୁ ପୋଲିସ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ ପୋଲିସ କମିଶନର ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କମିସନରେଟ ପୋଲିସ ପକ୍ଷରୁ ଓଡିଶା ପୋଲିସର 88ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଟ୍ୱିନ୍ ସିଟି କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ପ୍ୟାରେଟରେ ଅଭିବାଦନ ଗ୍ରହଣ କରିଥିଲେ । ବିଗତ ବର୍ଷରେ କୃତିତ୍ୱ ଅର୍ଜନ କରିଥିବା 19 ଜଣ ପୋଲିସ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା ।
We care we dare ଲକ୍ଷ ସହ ଅପରାଧ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା କ୍ଷେତ୍ରରେ ଦକ୍ଷତାର ସହ କାମ କରିବାକୁ ପୋଲିସ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ ପୋଲିସ କମିଶନର ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭୁବନେଶ୍ୱର: ଓଲିଉଡ୍ କାଷ୍ଟିଂ କାଉଚ୍ ଅଭିଯୋଗରେ ନୂଆ ଟ୍ବିଷ୍ଟ। ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଅଶ୍ଲୀଳ ଓ କଟୁ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ପ୍ରଯୋଜଜ ଟୁଟୁ ନାୟକ। ମୁମ୍ବାଇ ଡିଏନ୍ ନଗର ଥାନାରେ ଟୁଟୁ ନାୟକଙ୍କ ନାଁରେ ଅଭିଯୋଗ କରିଛନ୍ତି ପ୍ରକୃତି ମିଶ୍ର । ପ୍ରକୃତିଙ୍କ ଏତଲା ଆଧାରରେ ମୁମ୍ବାଇ ଡିଏନ୍ ନଗର ପୋଲିସ ମାମଲା ରୁଜ୍ଜୁ କରିଛି ।
ଟୁଟୁ ନାୟକଙ୍କ ନାଁରେ ଆଇପିସିର ଦଫା ୫୦୦, ୫୦୪, ୫୦୬ରେ ମାମାଲା ରୁଜୁ ହୋଇଛି । ଗୁରୁବାର ଟୁଟୁ ନାୟକଙ୍କ ନାଁରେ କାଷ୍ଟିଂ କାଉଚର ଅଭିଯୋଗ ଆଣିଥିଲେ ପ୍ରକୃତି ମିଶ୍ର । ଟୁଟୁ ଓ ତାଙ୍କ ଗ୍ରୁପ ଅଭିନୟର ପ୍ରଲୋଭନ ଦେଖାଇ ଅନେକ ଝିଅଙ୍କ ଜୀବନ ବରବାଦ କରିଥିବାର ଅଭିଯୋଗ କରିଥିଲେ ପ୍ରକୃତି। ଜବାବରେ ପ୍ରକୃତଙ୍କ ପ୍ରତି କଟୁ ଭାଷା ପ୍ରୟୋଗ କରିଥିଲେ ସଂଜୟ ନାୟକ।
ଅଧିକ ପଢନ୍ତୁ :ପ୍ରକୃତି, ପୁପୁଲ, ଜୈସ୍ମିନ୍ ଏକାଠି : ଅଡୁଆରେ ଟୁଟୁ ନାୟକ !
ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଫାଶୀମାଲ ଗସ୍ତ କରି ପୁରାତନ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇଛନ୍ତି l ମୋଦି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ଚଳିତ ବର୍ଷ କୁ ସେବା, ସୁଶାସନ ଓ ଗରିବ କଲ୍ୟାଣ ର ବର୍ଷ ଭାବେ ପାଳନ କରାଯିବା ସହ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚେଇବାର କାର୍ଯ୍ୟକ୍ରମ ରହିଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଶାସନ ତଥା ଗରିବ କଲ୍ୟାଣ ନୀତି ଯୋଗୁଁ ଦେଶ ତଥା ବିଦେଶରେ ଭାରତ ସୁନାମ ଲାଭ କରିପାରିଛି l ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଫାଶୀମାଳ ଡାକବଙ୍ଗଳ ଠାରେ ଅନୁଷ୍ଠିତ ବୈଠକ ରେ ପୁରାତନ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିବା ସହ କୁଚିଣ୍ଡା ମାଟି ର ଦଳପ୍ରତି ବହୁତ ଅବଦାନ ରହିଥିବା କହିଥିଲେ l
ଏହି ଅବସରରେ ସମ୍ବଲପୁର ସାଂସଦ ନୀତିଶ ଗଂଗଦେବ, ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାଏକ, ସମ୍ପାଦକ ଟଙ୍କଧର ମହାପାତ୍ର, ଜିଲ୍ଲାସଭାପତି ଗିରିଶ ପଟେଲ ସମେତ ବିଭିନ୍ନ ବ୍ଲକ ରୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ବିଜେପି ବିକାଶ କାର୍ଯ୍ୟ ଓ କେନ୍ଦ୍ର ମନ୍ତ୍ରୀ ଜନକଲ୍ୟାଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ ସରକାରଙ୍କ ପୂର୍ବ ପ୍ରଶାସନିକ ଅଧିକାରୀ, ପୂର୍ବତନ ପ୍ରଧାନ ଶିକ୍ଷକ, ପୂର୍ବତନ ଶିକ୍ଷକ, ବରିଷ୍ଠ ଆଇନଜୀବୀ,ସରପଞ୍ଚଙ୍କ ସହିତ ଅନେକ ବରିଷ୍ଠ ଓ ଯୁବ ନେତା ବିଜୁ ଜନତା ଦଳ ତ୍ଯାଗ କରି ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତ ୮୦ରୁ ଉର୍ଦ୍ଧ ଆଜି ବିଜେପିରେ ଯୋଗଦାନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ୩ ବ୍ଲକରୁ ପୁରାତନ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ବହୁ ଆଡମ୍ବରରେ ଅଶୋକ କୁମାରଙ୍କ ସହ ରେବତୀ କୁମାରୀ ଙ୍କର ବିବାହ ସମ୍ପନ୍ନ ହେଲା। ବିବାହ ସମ୍ପନ୍ନ ପରେ କନିଆ ଘରୁ ବିଦା ହେଲେ ନବ ବିବାହିତ ଦମ୍ପତି। ରେବତୀଙ୍କ ସହ ନୂଆ ସଂସାର ଗଢିବାର ଅସୁମାରୀ ସ୍ୱପ୍ନ ଅଶୋକଙ୍କ ଆଖିରେ। ଅଶୋକଙ୍କ ଘରେ ଗୃହ ପ୍ରବେଶ ହୁଏ ରେବତୀଙ୍କର। ଘରେ କୁଣିଆ ମାନଙ୍କର ଭର୍ତ୍ତି। ପୁଅ-ବୋହୁଙ୍କର ଚତୁର୍ଥି ସରିଲା ପରେ ଯିଏ ଯାହା ନିଜ ନିଜ ଘରକୁ ଯିବେ । ଘରେ ଏକ ପ୍ରକାର ଖୁସିର ମାହୋଲ। ଏହାରି ମଧ୍ୟରେ ଅଶୋକ ଏବଂ ରେବତୀଙ୍କ ବିବାହକୁ ୪ ଦିନ ପୁରିଲା। ୪ର୍ଥୀ ପାଇଁ ପ୍ରସ୍ତୁତି। ବେଶ୍ ହର୍ସ ଉଲ୍ଲାସର ମଧ୍ୟରେ ୪ର୍ଥୀର ବିଧି ସରିଲା। ଚତୁର୍ଥୀର ଠିକ୍ ସନ୍ଧ୍ୟା ସମୟରେ ଅଶୋକଙ୍କୁ ଏକ ଫୋନ୍ କଲ୍ ଆସିଲା। ଆଉ ଫୋନ୍ ଟା ଧରି ଅଶୋକ କୁମାର ଘର ବାହାରକୁ ଚାଲିଗଲେ, ଆଉ ଫେରିଲେନି। ଘର ଲୋକ ଖୋଜା ଖୋଜି ଆରମ୍ଭ କରିଦେଲେ। ପୋଲିସ୍ରେ ମଧ୍ୟ ଏଫଆଇଆର ଦିଆଗଲା। ୩୧ ମଇ ସନ୍ଧ୍ୟାରେ ନିଖୋଜ ଥିବା ଅଶୋକଙ୍କ ମୃତ ଶରୀର ଜୁନ୍ ୧ ରେ ରକ୍ତରେ ଯୁଡୁବୁଡୁ ଅବସ୍ଥାର ଉଦ୍ଧାର କରାଗଲା।
ଏକ ଧାରୁଆ ଅସ୍ତ୍ରରେ ଅଶୋକଙ୍କ ବେକ କଟା ଯାଇଥିଲା। ଏହାପରେ ଅଶୋକଙ୍କ ପରିବାରରେ କାନ୍ଦ ବୋବାଳିରେ ଫାଟି ପଡିଲା। ପୋଲିସ୍ର ଚାଲିଲା ଘନ ଘନ ତଦନ୍ତ। ତଦନ୍ତରୁ ଯାହା ପର୍ଦାଫାସ୍ ହେଲା ତାହା ପାଦ ତଳୁ ମାଟି ଖସିଲା ଭଳି ଥିଲା। ଅଶୋକଙ୍କ ହତ୍ୟାକାରୀ ଆଉ କେହି ନୁହେଁ ଖୋଦ୍ ସ୍ତ୍ରୀ ରେବତୀ। ବିବାହର ତୃତୀୟ ଦିନରୁ ହିଁ ରେବତୀ ଶଡଯସ୍ତ୍ର ଆରମ୍ଭ କରିଦେଇଥିଲେ ଅଶୋକଙ୍କୁ ରାସ୍ତାରୁ ହଟାଇବା ପାଇଁ। କାରଣ ରେବତୀଙ୍କ ଅନ୍ୟ ଜଣ ପୁରୁଷଙ୍କ ସହ ଥିଲା ଅବୈଧ ସମ୍ପର୍କ। ଯାହା ଜାଣିଦେଇଥିଲେ ଅଶୋକ । ତେବେ ଯାହାଙ୍କ ସହ ରେବିତୀଙ୍କ ଅବୈଦ୍ଧ ସମ୍ପର୍କ ଥିଲା ସେ ସମ୍ପର୍କରେ ଥିଲେ ଭିଣୋଇ । ରେବତୀଙ୍କ କହିବାନୁସାରେ ଅଶୋକଙ୍କୁ ରାସ୍ତାରୁ ହଟାଇଥିଲେ ଉପେନ୍ଦ୍ର ଯାଦବ। ଏ ସମସ୍ତ କଥା ପୋଲିସ୍ ଆଗରେ ସ୍ୱିକାର କରିଛି ରେବତୀ। ରେବତୀ ଏବେ ପୋଲିସ୍ ହେପାଜତ୍ରେ । ବିହାରର ଗୟାରେ ଏ ବିଷୟ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଅଧିକ ପଢନ୍ତୁ ଭାରତ ଖବର