ଅଧିକ ପଢନ୍ତୁ ଓଡ଼ିଶା ଖବର
ପିପିଲି ଥାନା ଅନ୍ତର୍ଗତ ଉତ୍ତରା ବଜାର ନିକଟରେ କିଛି ଭିନ୍ନକ୍ଷମ ମହିଳା ଓ ପୁରୁଷ ମେସ କରି ରହୁଥିଲେ। ଟଙ୍କା ଦେଣନେଣକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଖବର ପାଇ ଉତ୍ତରା ଫାଣ୍ଡି ଓ ପିପିଲି ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଗିରଫ କରିବା ସମୟରେ ଜଣେ ଭିନ୍ନକ୍ଷମ ମହିଳା ପିପିଲି ଆଇଆଇସି ଅଭିମନ୍ୟୁ ନାୟକଙ୍କୁ କାମୁଡି ଦେଇଥିବା ସୂଚନା ମିଳିଛି। ତେବେ ଏହାକୁ ନେଇ ଆଇଆଇସି କିଛି କହୁନଥିବା ବେଳେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।