ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପଟେ କିନ୍ତୁ ବେଢାସୁନ୍ଦର, ବୁଝିସାହି କାର୍ଯ୍ୟକୁ ସମର୍ଥନ କରୁଛନ୍ତି । ଯାହାକୁ ନେଇ ଘଟଣାସ୍ଥଳରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି । ବ୍ରହ୍ମଗିରି ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି ।
ଅର୍ଗସ ବ୍ୟୁରୋ : ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଉତ୍ତେଜନା । ମୁହାଁମୁହିଁ ହେଲେ ପ୍ରଶାସନ ଓ ଗ୍ରାମବାସୀ । ଚାପମାଣିକ ପଞ୍ଚାୟତ ଗୃହ ନିର୍ମାଣକୁ ବିରୋଧ । ପୂର୍ବ ନିର୍ଦ୍ଧାରିତ ସ୍ଥାନ ପରିବର୍ତ୍ତନ କରି ଚଞ୍ଚକତାର ସହ ନୂତନ ସ୍ଥାନରେ ପ୍ରଶାସନ ପଞ୍ଚାୟତ ଗୃହ ନିର୍ମାଣ କରୁଥିବାରୁ ଚାପମାଣିକ ଓ କାଶିଝରିଆ ଗ୍ରାମବାସୀ ବିରୋଧ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପଟେ କିନ୍ତୁ ବେଢାସୁନ୍ଦର, ବୁଝିସାହି କାର୍ଯ୍ୟକୁ ସମର୍ଥନ କରୁଛନ୍ତି । ଯାହାକୁ ନେଇ ଘଟଣାସ୍ଥଳରେ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି । ବ୍ରହ୍ମଗିରି ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି ।
ଅର୍ଗସ ବ୍ୟୁରୋ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱରରୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରନର ଶୁଭାରମ୍ଭ ପରେ ସେହି ଟ୍ରେନରେ ଢେଙ୍କାନାଳ ଓ ଅନୁଗୋଳ ଗସ୍ତ କରିଛନ୍ତି ।
ଏହି ଅବସରରେ ଢେଙ୍କାନାଳ, ଅନୁଗୋଳ ଓ ତାଳଚେରରେ ମାତୃଶକ୍ତିଙ୍କ ଦ୍ୱାରା କେନ୍ଦ୍ରମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ ଅଞ୍ଚଳ ପାଇଁ ଆନନ୍ଦର ମୁହୂର୍ତ୍ତ । ଏହା ଦ୍ୱାରା ଅନୁଗୋଳ, ତାଳଚେର, ଢେଙ୍କାନାଳ ଓ ସମ୍ବଲପୁର ଲୋକମାନେ ସୁବିଧା ପାଇବେ । ପୂର୍ବରୁ ଗତ ମଇ ମାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମେ ପୁରୀ-ହାଓ୍ୱଡ଼ା ବନ୍ଦେ ଭାରତ ଟ୍ରେନର ଲୋକାର୍ପଣ ହୋଇଥିଲା । ଆଜି ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଶୁଭାରମ୍ଭ ହୋଇଛି । ମୋଦି ସରକାର ଓଡ଼ିଶାକୁ ଆସିବା ପରେ ରେଳ କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ହେଉଛି । ଏ ସହୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଓଡ଼ିଶାକୁ ଦର୍ଶାଉଛି ।
ଅପରପକ୍ଷରେ ବିଶ୍ୱକର୍ମା ପୂଜା ଅବସରରେ ପିଏମ ବିଶ୍ୱକର୍ମା ଯୋଜନା ଆରମ୍ଭ ହୋଇଛି । ସମାଜର ବଞ୍ଚିତ ବର୍ଗରୁ ପ୍ରତିନିଧିତ୍ୱ କରୁଥିବା ଲୋକମାନେ ବିଶେଷ ଭାବରେ ଶିଳ୍ପୀ, କାରିଗର, କମାର, ବଣିଆ, କୁମ୍ଭାର, ମୂର୍ତ୍ତିକାର, ମୋଚି, ରାଜମିସ୍ତ୍ରୀ, ଧୋବା ଭଳି ପାରମ୍ପରିକ ବୃତ୍ତିରେ ନିୟୋଜିତ ଲୋକମାନଙ୍କୁ ପରିଚୟ ପତ୍ର ସହ ପ୍ରଶିକ୍ଷଣ ଦିଆଯିବ । ୧୫ ହଜାର ଟଙ୍କା କିଟ୍ ଓ ଅନ୍ୟ ଆର୍ଥିକ ସହଯୋଗ ମିଳିବ । ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ କମ୍ ସୁଧରେ ଋଣ ମିଳିବ । ଏହା ଦ୍ୱାରା ନୂଆ ଉଦ୍ୟମୀ ତିଆରି ହେବେ, ସେମାନଙ୍କର ଆତ୍ମବିଶ୍ୱାସ ବଢିବ, ବଞ୍ଚିତ ବର୍ଗର ସାମାଜିକ ସଶକ୍ତିକରଣ ହେବ ।
ସେହିପରି ସଦ୍ୟ ସମାପ୍ତ ନୂଆ ସଂସଦ ଭବନରେ ଐତିହାସିକ ମହିଳା ସଂରକ୍ଷଣ ସମ୍ବିଧାନ ସଂଶୋଧନ ବିଲ୍ ତଥା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି । ଦେଶରେ ପ୍ରାୟ ୫୦ ଭାଗ ତଥା ୭୦ କୋଟି ମହିଳା ଜନସଂଖ୍ୟା ଥିବା ବେଳେ ସେମାନଙ୍କୁ ବିଧାନସଭା ଓ ଲୋକସଭା ଆସନରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବିଲ୍ ଆଗତ କଲେ, ଯାହା ଉଭୟ ଗୃହରେ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ମୋଦି ସରକାର ଏପରି ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’, ପିଏମ ବିଶ୍ୱକର୍ମା ଯୋଜନା ଓ ଅନୁଗୋଳ, ତାଳଚେର ଏବଂ ଢେଙ୍କାନାଳରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଜଣେ ବ୍ୟକ୍ତିଙ୍କ ଘରୁ ବିଶାଳ ଅହିରାଜ ସାପ ଉଦ୍ଧାର ହୋଇଛି । ୧୨ ଫୁଟର ଅହିରାଜ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ଲାଇଫ୍ ଲାଇନର ସଦସ୍ୟ । ଉଦଳା ବନାଞ୍ଚଳ ଅଧିନ ବଡଖମଣ ଗ୍ରାମର ହମବିର ମୁର୍ମୁଙ୍କ ଘର ଭିତରେ ଏକ ଅହିରାଜ ସାପ ପଶିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଅହିରାଜ ସାପଟି ଘର ଭିତରେ ଚାଳ ନିକଟରେ ଏକ ସ୍ଥାନରେ ଲୁଚି ରହିଥିବା ପରିବାର ଲୋକେ ଦେଖିବା ପରେ ଏ ନେଇ ସ୍ନେକ ଲାଇଫ୍ ଲାଇନର ସଦସ୍ୟଙ୍କୁ ଖବର ଦେଇଥିଲେ ।
ଖବର ପାଇ ସ୍ନେକ ଲାଇଫ୍ ଲାଇନର ସଦସ୍ୟ ଅଭିଜିତ୍ ବେହେରା, ଅଭିଜିତ୍ ବିଶ୍ୱାଳ, ରନିତ୍ ବିଶ୍ୱାଳ, ଅଭିନନ୍ଦନ ଦଣ୍ଡପାଟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଘର ଭିତରୁ ଉଦ୍ଧାର କରିଥିଲେ । ସାପଟି ଘର ଉପରେ ପଡିଥିବା ଏକ ପଟା ନିକଟରେ ରହିଥିବା ବେଳେ ତାକୁ ସେଠାରୁ ବାହାର କରି ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟି ଅହିରାଜ ସାପ ହୋଇଥିବା ବେଳେ ତାହାର ଲମ୍ବ ୧୨ ଫୁଟ୍ ହେବ ବୋଲି ଜଣାଯାଇଛି । ଉଦ୍ଧାର ସାପଟିକୁ ଅକ୍ଷତ ଅବସ୍ଥାରେ ଶିମିଳିପାଳ ଜଙ୍ଗଲରେ ଛାଡି ଦିଆଯାଇଛି । ଅନ୍ୟପଟେ ଉକ୍ତ ଅହିରାଜ ସାପଟି ୬ ଫୁଟ ଲମ୍ବର ବିଷାକ୍ତ ନାଗସାପକୁ ଗିଳିଥିବା ଦେଖିବାକୁ ମିଳିଛି । ଅହିରାଜଟି ନାଗସାପଟିକୁ ଧୀରେ ଧୀରେ କରି ପୁରା ଗିଳି ଦେଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଛେଣ୍ଡିପଦାବାସୀ । ସୂଚନା ଯେ, ଓଡିଶାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁଗୋଳରୁ ଦେବଗଡ଼ ରାସ୍ତାରେ ଯାଉଥିବା ବେଳେ ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ଓ ଗ୍ରାମବାସୀ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ନିଜେ କେନ୍ଦ୍ରମନ୍ତ୍ରୀ ମଧ୍ୟ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି।
ଆଗମୀ ଦିନରେ ଥିବା ବିଦ୍ୟାଳୟର ୭୫ ବର୍ଷ ପୁର୍ତ୍ତି ଅବସରେ ହେବାକୁ ଥିବା ପ୍ଲାଟିନମ ଜୁବଲି ବିଷୟରେ ମଧ୍ୟ ଅବଗତ କରାଇଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଦେବଗଡ଼ ଜିଲ୍ଲା ଅନେକ କାର୍ଯ୍ୟକ୍ରମରେ ବାହାରି ଯାଇଛନ୍ତି।
ଅଧିକ ପଢ଼ନ୍ତୁ ରାଜନୀତି ଖବର