ଯେଉଁ ବିସ୍ଥାପିତମାନେ ବିଭିନ୍ନ ସମୟରେ ନିଜର ହକ ପାଇଁ ସରକାରଙ୍କ ବିରୋଧରେ ସ୍ବର ଉତ୍ତଳନ କରିଛନ୍ତି ସେହି ମାନଙ୍କ ଘରକୁ ଆକ୍ରସ ଭାବରେ ଜୋର୍ ଜବରଦସ୍ତ ପ୍ରଶାସନର ଅଧିକାରୀ ମାନେ ଭାଙ୍ଗିଛନ୍ତି। ସରକାର ଭୂମି ହିନଙ୍କୁ ଭୂମି ପ୍ରଦାନ କରିବା ପରିବର୍ତ୍ତେ ଯଦିଓ ସରକାରୀ ଜମିରେ ଦୋକାନ ଘର କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ ସରକାର ତାଙ୍କର ଆଖିରେ ଲୁହ ଦେଇଛନ୍ତି।
ଯେଉଁ ଜମିରେ ବିସ୍ଥାପିତଙ୍କ ଘର ଭଙ୍ଗାଗଲା ସେହି ଜମି ୮୦ ଡିସିମିଲ ପରିସୀମା ଥିବାବେଳେ କିନ୍ତୁ ୮୦ଡିସିମିଲ ପରିସର ମଧ୍ୟରେ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଓ ସରକାରୀ ଦଳୀୟ କର୍ମୀଙ୍କ ବାସଗୃହ ଥିବାବେଳେ ସେମାନଙ୍କ ଘର ଭଙ୍ଗା ନଜାଇ ଅକ୍ରସ ଭାବରେ ବିସ୍ଥାପିତଙ୍କ ଘର ଭଙ୍ଗା ଯାଇଛି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ହେଲେ ତାଙ୍କ କଥା ସୁଣୁଛି କିଏ।