ଆଇଏନଏସ ଚିଲିକାରେ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ କଡ଼ା ଟ୍ରେନିଂ ନେଉଛନ୍ତି । ମହିଳା ଅଗ୍ନିବୀର ବି ବେଶ ଆଗ୍ରହ ଓ ଉତ୍ସାହର ଭାରତୀୟ ସେନାରେ ସାମିଲ ହେବା ପାଇଁ ପ୍ରସ୍ତୁତ । ରନିଂ ଠାରୁ ଆରମ୍ଭ କରି ରୋଲିଂ ଯାଏଁ । ୱିପନ ଟ୍ରେନିଂ ଠାରୁ ସେଲିଂ ଯାଏଁ । ସ୍ବିମିଂ ଠାରୁ ଆରମ୍ଭ କରି ଯୁଦ୍ଧ ରଣନୀତି ବୁଝିବା ଯାଏଁ । ଚିଲିକାର ନୀଳ ଜଳରାଶିକୁ ଚିରି ଏମାନେ ଶତ୍ରୁବିଜୟର ଗହନ କଥାକୁ ଅକ୍ତିଆର କରୁଛନ୍ତି । ଶତ୍ରୁକୁ ମାତ୍ ଦେବାର ସମସ୍ତ କଳା, କୌଶଳ କବ୍ଜା କରୁଛନ୍ତି ।
ଏହି ଅଗ୍ନିବୀରଙ୍କୁ ଦିଆଯାଇଥିବା ଟ୍ରେନିଂ ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଛି । ବେସିକ୍ ଟ୍ରେନିଂ ସହ ହତିୟାର ଚାଳନା ଓ ଡ୍ରିଲର ଶିକ୍ଷା ଦିଆଯାଇଛି । ଯେଉଁଥିରେ ଏମାନେ ଶତ୍ରୁଙ୍କ ସହ ସିଧା ମୁକାବିଲା କରିବା ପାଇଁ ଭାରତୀୟ ସେନାରେ ସାମିଲ ହେବେ । ସକାଳ ୪ରୁ ଉଠି ନିତ୍ୟକର୍ମ ସାରିବା ପରେ ଏମାନଙ୍କର ଆରମ୍ଭ ହୁଏ ବେସିକ୍ ଫିଜିକାଲ ଟ୍ରେନିଂ । ପରେ ଯୁଦ୍ଧ ସହ ଜଡ଼ିତ ଟ୍ରିକ୍ସ ଓ ଟେକନିକ୍ ଏବଂ ଦେଶର ସମ୍ବିଧାନ ସମ୍ପର୍କରେ ବି ଅବଗତ କରାଯାଏ । ଯାହା ଫଳରେ ସେମାନେ ଚମତ୍କାର ସୈନିକ ସହ ଦେଶର ଉତ୍ତମ ନାଗରିକ ମଧ୍ୟ ଯେମିତି ବନିପାରିବେ ।
ଦେଶସେବାର ସୌଭାଗ୍ୟ ବା କେତେଜଣଙ୍କ କପାଳରେ ଥାଏ । ହେଲେ ମାର୍ଚ୍ଚ ୨୮ରେ ପାସିଂ ଆଉଟ୍ ପରେଡ୍ ହେବାକୁ ଥିବା ବେଳେ ଏହି ଅଗ୍ନିବୀରମାନେ ନୌସେନାରେ ସାମିଲ ହେବେ । ତେବେ ୧୬ ସପ୍ତାହର ଟ୍ରେନିଂ ମଧ୍ୟରେ ତିଆରି ହୋଇଥିବା ଏହି ଅଗ୍ନିବୀରମାନେ ଦେଶ ସୁରକ୍ଷା ପାଇଁ କେତେ ପ୍ରସ୍ତୁତ ଆସନ୍ତୁ ଶୁଣିବା ଆଇଏନଏସ ଚିଲିକାର କମାଣ୍ଡି ଅଫିସରଙ୍କ ପାଖରୁ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: