ରୋଗୀଙ୍କୁ ଖଟିଆରେ ପ୍ରାୟ ଏକ କିମି ବୋହି ଆମ୍ବୁଲାନ୍ସ ପାଖକୁ ନେଲେ ଆମ୍ବୁଲାନ୍ସ କର୍ମଚାରୀ । ଘଟଣା ଘଟିଲା ପଦ୍ମପୁର ସ୍ଥିତ ପାଇକମାଲ କାଂସଡା ପଞ୍ଚାୟତ ନୁହୁରିପଡା ଗ୍ରାମରେ। ହଠାତ ଅସୁସ୍ଥ ହୋଇ ପଡିଲେ ସୁବାସିନି ପାଇକ। ସଙ୍ଗେସଙ୍ଗେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କଲେ।
ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ଆସିଥିଲା। ହେଲେ ବାଧକ ସାଜିଲା ଶୋଚନୀୟ ରାସ୍ତା। ଘର ପାଖକୁ ଆମ୍ବୁଲାନ୍ସ ପହଞ୍ଚିବା ଅସମ୍ଭବ ଥିଲା। ମାନବିକତାର ସହ ଆଗକୁ ଆସିଥିଲେ ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ। ଆଉ ସେମାନେ ରୋଗୀଙ୍କୁ ବୋହି ନେଇଥିଲେ।