ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ୨୯ରୁ ବଢିବ ବର୍ଷାର ପରିମାଣ । ମିଆଁମାରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତି ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗର ଅଞ୍ଚଳରେ ପ୍ରବେଶ ସହ ଏହା ଲଘୁଚାପରେ ପରିଣତ ହେବ। ଆଜି ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ଆସନ୍ତାକାଲିଠୁ ତିନି ଦିନ ଧରି ଲଗାତାର ବର୍ଷା ହୋଇପାରେ । ଗତ କିଛି ଦିନ ହେବ ବର୍ଷା କମିଯାଇଥିବାବେଳେ ପୁଣି ଆଉ ଥରେ ବର୍ଷା କୁ ନେଇ ଚିନ୍ତା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭୁବନେଶ୍ୱର: ଯେଉଁମାନେ ଗରିବଙ୍କ ଟଙ୍କାକୁ ଲୁଟୁଛନ୍ତି, ସେମାନଙ୍କୁ ଜେଲ ପଠାଯିବ । ମୋଦି କାହାକୁ ଛାଡିବେ ନାହିଁ ବୋଲି ରାଜ୍ୟରେ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଜି ଓଡ଼ିଶାରେ ୮୦ ପ୍ରତିଶତ ଲୋକ ମୋଦିଜୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ମୋଦିଙ୍କ ଶାସନ ବ୍ୟବସ୍ଥାକୁ ଲୋକମାନେ ପସନ୍ଦ କରୁଛନ୍ତି । ଓଡ଼ିଶା ସମେତ ଦେଶର ଜନସାଧାରଣ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରସା କରୁଛନ୍ତି । ଯେଉଁମାନେ ଜବତ ହୋଇଥିବା ଅର୍ଥ କାରବାରରେ ସଂଶ୍ଲିଷ୍ଟ ଅଛନ୍ତି, ସେମାନେ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ମୋଦି ସରକାର କାହାକୁ ବି ଛାଡିବେନାହିଁ । ଗରିବ ଓଡିଶାବାସୀଙ୍କ ଟଙ୍କାକୁ ଯିଏ ଲୁଟିଛି ତାକୁ ଜେଲ ପଠାଯିବ ।
'ଏ ଟଙ୍କା ଆଗାମୀ ନିର୍ବାଚନ ପାଇଁ ଗଚ୍ଛିତ ରଖାଯାଇଥିଲା'
ଏହି ଘଟଣାରେ ଯେଉଁ କଂଗ୍ରେସ ସାଂସଦଙ୍କ ନାଁ ଆସୁଛି, ତାଙ୍କ ପରିବାର ଲଗାତାର ଭାବେ ଓଡିଶାରେ ବ୍ୟବସାୟ କରି ଆସୁଥିଲା । ଯେଉଁମାନେ ଉତ୍ତରଦାୟୀ, ସେମାନେ ଚୁପ୍ ରହି ଉତ୍ତର ଦେବାକୁ ବାଧ୍ୟ ହେବେ । ଏହା ଲୋକଙ୍କ ଅପେକ୍ଷା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କଟକ: ଶହ ଶହ କୋଟି ଟଙ୍କାର ମଦ ଘୋଟାଲାରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲଖ ମହାପାତ୍ର । ଟଙ୍କାର ମାଲିକ କଂଗ୍ରେସ ଟଙ୍କା ରଖିଲେ ନବୀନ ପଟ୍ଟନାୟକଙ୍କ ପାଖରେ । ବିଜେଡି ଦଳର ଏଥିରେ ସମ୍ପୃକ୍ତି ଅଛି । ତାହା ନ ହେଲେ ଏଠାରେ ଅବକାରୀ ବିଭାଗ, ଭିଜିଲାନ୍ସ ସବୁଥାଇ କିଭଳି ଜାଣି ପାରିଲା ନାହିଁ ।
ସ୍ଥାନୀୟ ପ୍ରଶାସନଠୁ ଆରମ୍ଭ କରି ବିଜେଡି ନେତା ମନ୍ତ୍ରୀ ସଂଶ୍ଲିଷ୍ଟ ଅଛନ୍ତି । ସେମାନେ ଯଦି ସଂଶ୍ଲିଷ୍ଟ ନାହାନ୍ତି ତାଙ୍କର ଯଦି ସତ ସାହସ ଅଛି ଉତ୍ତର ଦିଅନ୍ତୁ । ଏ ଟଙ୍କା ଆଗାମୀ ନିର୍ବାଚନ ପାଇଁ ଗଚ୍ଛିତ ରଖାଯାଇଥିଲା । ଏଥିରେ ବିଜେଡି ଦଳର ଯଦି କେହି ସଂଶ୍ଲିଷ୍ଟ ନାହାନ୍ତି ତାହା ହେଲେ ନବୀନ ବାବୁ ସିବିଆଇକୁ ଏ କେସ୍ ଦେବା ପାଇଁ ପ୍ରସ୍ତୁତ ତ ବୋଲି ପ୍ରଶ୍ନ କରିଛନ୍ତି ଗୋଲକ ମହାପାତ୍ର ।
ସେପଟେ ଟଙ୍କା ପାହାଡ଼କୁ ଗଣି ଗଣି ଅଧିକାରୀ ହାଲିଆ । ଓଡ଼ିଶାର ସବୁଠୁ ବଡ଼ ଆଇଟି ରେଡରେ ଜବତ ହୋଇଥିବା ସମସ୍ତ ଟଙ୍କାର ଗଣତି ଜାରି ରହିଛି । ଏଯାବତ୍ ବଲାଙ୍ଗିର ଏସବିଆଇ ମୁଖ୍ୟଶାଖାରେ 164 କୋଟି ଟଙ୍କା ଗଣତି ସରିଲାଣି । 176ଟି ଟଙ୍କା ଭର୍ତ୍ତି ବସ୍ତାରୁ 106ଟି ବସ୍ତାର ଗଣତି ଶେଷ ହୋଇଛି । ଆଜି ଟଙ୍କା ଗଣାରେ 25ରୁ 30ଟି ମେସିନ୍ ସହ 50 ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଆଜି ଗଣତି ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେପଟେ ପଞ୍ଚମ ଦିନରେ ବି ଆୟକର ବିଭାଗର ଚଢାଉ ଜାରି ରହିଛି ।
ଏନେଇ ପୁଣି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି ମୋଦି ସରକାର କାହାକୁ ବି ଛାଡିବନି । ଯେତେ ବି ପ୍ରଭାବଶାଳୀ ହୁଅନ୍ତୁ, ଗରିବ ଓଡିଶାବାସୀଙ୍କ ଟଙ୍କାକୁ ଯିଏ ଲୁଟିଛି ତାକୁ ଜେଲ ପଠାଯିବ । ଯେଉଁ କଂଗ୍ରେସ ସାଂସଦଙ୍କ ନାଁ ଆସୁଛି, ତାଙ୍କ ପରିବାର ଲଗାତାର ଭାବେ ଓଡିଶାରେ ବ୍ୟବସାୟ କରି ଆସୁଥିଲା । ଯେଉଁମାନେ ଉତ୍ତରଦାୟୀ, ମୁହଁରେ ତୁଣ୍ଡି ନବାନ୍ଧି ଉତ୍ତର ଦେବାକୁ ବାଧ୍ୟ ହେବେ ।
ଆହୁରି ପଢନ୍ତୁ ଓଡିଶା ଖବର...