କର୍ମୀ ମାନଙ୍କ କହିବା ଅନୁସାରେ ରାଜ୍ୟ ସରକାର କାର୍ଯ୍ୟ ହାସଲ ସମୟରେ ବଡ଼ ବଡ଼ ପ୍ରତିଶ୍ରୁତି ଦିଅନ୍ତି ପରେ କାର୍ଯ୍ୟ ହାସଲ ପରେ ସେମାନଙ୍କ ସମସ୍ୟାକୁ ଅଣଦେଖା କରନ୍ତି। କରୋନା ସମୟରେ ସରକାର ଅଙ୍ଗନଓ୍ବାଡି କର୍ମୀମାନଙ୍କୁ କରୋନା ଯୋଦ୍ଧା ରୂପେ ମାନ୍ୟତା ପ୍ରଦାନ କରିଥିଲେ କିନ୍ତୁ ରାଜ୍ୟ ସରକାର ଏବେ ସେମାନଙ୍କ ସମସ୍ୟାକୁ ଦୃଷ୍ଟିଗୋଚର କରୁନାହାନ୍ତି l ସେମାନଙ୍କ 8 ଦଫା ଦାବି ଗୁଡିକ ହେଲା 2018 ଆନ୍ଦୋଳନ ସମୟରେ ବହିଷ୍କୃତ ହୋଇଥିବା 6 ଜଣ ଅଙ୍ଗନଓ୍ବାଡି କର୍ମୀଙ୍କ ପୁନଃ ନିଯୁକ୍ତି, ଅଙ୍ଗନଓ୍ବାଡି କର୍ମୀଙ୍କୁ ସରକାରୀ କର୍ମଚାରିର ମାନ୍ୟତା ସହିତ, କର୍ମୀଙ୍କୁ 18000 ଏବଂ ସହାୟିକାଙ୍କୁ 9000 ଟଙ୍କା ପ୍ରଦାନ କରିବା ସହିତ Epic, Esic ଏବଂ ଗ୍ରାଚୁଏଟିରେ ସାମିଲ କରିବା, ଚାକିରୀରେ ଆବସର ପରେ 5000 ପେନସନ ପ୍ରଦାନ କରିବା ଇତ୍ୟାଦି ଦାବି ନେଇ ଧାରଣାରେ ବସିଥିଲେ l ଦାବି ପୂରଣ ନ ହେଲେ ସେମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
8 ଦଫା ଦାବି ନେଇ ଧରଣାରେ ବସିଲେ ଅଙ୍ଗନଓ୍ବାଡି କର୍ମୀ

ଅର୍ଗସ ବ୍ୟୁରୋ: କୋରାପୁଟ ଜିଲ୍ଲା କୋଟପାଡ଼ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟ ସାମନାରେ 8 ଦଫା ଦାବି ନେଇ ଧରଣାରେ ବସିଲେ ଶତାଧିକ ଅଙ୍ଗନଓ୍ବାଡି କର୍ମୀ ଏବଂ ମିନି ଅଙ୍ଗନଓ୍ବାଡି କର୍ମୀ l ରାଜ୍ୟ ସରକାର ମହିଳା ସଶକ୍ତି କରଣ ଏବଂ ମାକୁ ସମ୍ମାନ କଥା କହୁଥିବା ବେଳେ ଏହା ହେଉଛି ବସ୍ତବ ଚିତ୍ର। ରାଜଧାନୀରୁ ନେଇ ଉପାନ୍ତ ଆଞ୍ଚଳ କୋଟପାଡ଼ ପର୍ଯ୍ୟନ୍ତ ରାଜ ରାସ୍ତାକୁ ଓହ୍ଲାଇଲେ ମହିଳା ଅଙ୍ଗନଓ୍ବାଡି କର୍ମୀ l
Download Argus News App
