ସୋମବାର ବ୍ୟତୀତ ସପ୍ତାହର ୬ ଦିନ ଖୋଲା ରହିବ ପ୍ଲାନେଟରୀୟମ । ଛାତ୍ରଛାତ୍ରୀଙ୍କ ସହ ପର୍ଯ୍ୟଟକ ମାନେ ପ୍ଲାନେଟରୀୟମ ଏବଂ ସାଇନ୍ସ ପାର୍କ ବୁଲି ମଜା ଉଠାଉଛନ୍ତି । ଅନ୍ୟପକ୍ଷରେ ମାସ୍କ,ସାମାଜିକ ଦୂରତ୍ୱ ଓ ସାନିଟାଇଜରକୁ ଗୁରୁତ୍ୱ ଦିଆଯାଇଛି ବୋଲି ପ୍ଲାନେଟରୀୟମ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି।
ସୂଚନାନୁସାରେ, ଯେଉଁଭଳି ଭାବରେ ରାଜ୍ୟରେ କରୋନା ମହାମାରୀ ତାର କାୟା ବିସ୍ତାର କରୁଥିଲା ଏହାକୁ ଦୃଷ୍ଟିରେ ରଖି ସବୁକିଛି ବନ୍ଦ କରାଯାଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ପ୍ଲାନେଟରୀୟମ ଖୋଲା ଯାଇଛି ।