ବରଗଡ଼-ନୂଆପଡ଼ା ରେଳ ଲାଇନ ପାଇଁ ପୂର୍ବରୁ ବିଜେପି ଉଦ୍ୟମ ଆରମ୍ଭ କରିଛି । ସାଂସଦ ସୁରେଶ ପୂଜାରୀ କେନ୍ଦ୍ର ରେଳ ମନ୍ତ୍ରଣାଳୟକୁ ୨୦୨୧ ଅଗଷ୍ଟ ୫ରେ ଏନେଇ ଚିଠି ଲେଖିଥିଲେ । ବରଗଡ଼-ନୂଆପଡ଼ାବାସୀଙ୍କ ଦାବିକୁ ଗ୍ରହଣ କରିବା ନେଇ ନିଜେ ଚିଠି ଲେଖି ଅବଗତ କରାଇଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଚିଠି ଗତ ଜାନୁଆରୀ ୧ରେ ସୁରେଶ ପୂଜାରୀଙ୍କ ପାଖକୁ ଆସିଥିଲା । ଏଥିରେ ବରଗଡ଼-ନୂଆପଡ଼ା ରେଳ ଲାଇନକୁ ମଞ୍ଜୁରୀ ମିଳିଥିବା ନେଇ ଉଲ୍ଲେଖ କରିଥିଲେ ରେଳମନ୍ତ୍ରୀ ।
୧୪୨ କିଲୋମିଟର ରେଳ ଲାଇନରେ ପଦ୍ମପୁର ସମେତ ୧୪ଟି ଷ୍ଟେସନ ରହିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।